spot_img

Latest Posts

ଅମ୍ଳଜାନ ଅଡିଟ୍ କମିଟି ରିପୋର୍ଟ: ଦ୍ୱିତୀୟ ଲହରରେ ଆବଶ୍ୟକତାଠୁ ଅଧିକ ଅମ୍ଳଜାନ ମାଗିଥିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦିଲ୍ଲୀକୁ ଦୋହଲାଇ ଦେଇଥିଲା। ଅମ୍ଳଜାନ ଅଭାବରୁ ଅନେକ ଲୋକ ମୃତ୍ୟୁ ମୁହଁକୁ ଠେଲେ ହୋଇଯାଇଥିଲେ। ତେବେ ସେହି ସମୟରେ ଦିଲ୍ଲୀ ସରକାର ଦିଲ୍ଲୀ ପାଇଁ ଯେତିକି ଅମ୍ଳଜାନ କେନ୍ଦ୍ରକୁ ମାଗିଥିଲେ ସେତିକି ଅମ୍ଳଜାନ ଆବଶ୍ୟକ କରୁନଥିଲା ବୋଲି ଏବେ ସାଂଘାତିକ ତଥ୍ୟ ଆସିଛି। ଦିଲ୍ଲୀ ସରକାର ସେହି ସମୟରେ ଅମ୍ଳଜାନର ଚାହିଦାକୁ ବୃଦ୍ଧି କରିଥିଲେ। ସୁପ୍ରିମକୋର୍ଟ ଦେଇଥିବା ଅମ୍ଳଜାନ ଅଡିଟ୍ କମିଟିର ରିପୋର୍ଟ ଏମିତି କିଛି ତଥ୍ୟ ଦେଇଛି। ଗତ ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଅଡିଟ୍ କମିଟି ଗଠନ କରାଯାଇଥିଲା। ଏହି କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛି ଯେ କରୋନାର ଦ୍ୱିତୀୟ ଲହର ସମୟରେ ଦିଲ୍ଲୀ ସରକାର ଚାରି ଗୁଣ ଅଧିକ ଅମ୍ଳଜାନ ମାଗିଛନ୍ତି।

ଅଡିଟ୍ କମିଟି ରିପୋର୍ଟ ଆସିବା ପରେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରୁଛି। ପୂର୍ବତନ କ୍ରିକେଟର ତଥା ଗୌତମ ଗମ୍ଭୀର ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଯଦି ଅରବିନ୍ଦ କେଜ୍ରିୱାଲଙ୍କଠାରେ ଟିକିଏ ବି ଲାଜ ଥାଏ, ତେବେ ବର୍ତ୍ତମାନ ଏକ ସାମ୍ବାଦିକ ସମ୍ମିଳନୀ କରି କରୋନାର ଦ୍ୱିତୀୟ ଲହର ସମୟରେ ଦେଶରୁ ଚାରି ଗୁଣ ଅମ୍ଳଜାନ ମାଗିଥିବାରୁ କ୍ଷମା ମାଗନ୍ତୁ।

ଏପ୍ରିଲ ଏବଂ ମେ ମାସରେ ଦିଲ୍ଲୀର ଅନେକ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା ଏବଂ ଅନେକ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ଗୁରୁତର କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହି କାରଣରୁ କେଜ୍ରିୱାଲ ସରକାର ଏବଂ କେନ୍ଦ୍ର ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଥିଲା। ସେତେବେଳେ ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପରେ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଅମ୍ଳଜାନ ଆବଣ୍ଟନ ପରିମାଣ ବୃଦ୍ଧି କରିଥିଲେ ଯେଉଁଥିପାଇଁ ଅନ୍ୟ ରାଜ୍ୟଗୁଡ଼ିକର କୋଟା ହ୍ରାସ କରିବାକୁ ପଡୁଥିଲା। ଅଡିଟ୍ ରିପୋର୍ଟ ଅନୁଯାୟୀ, ସେତେବେଳେ ଦିଲ୍ଲୀର ପ୍ରାୟ ୩୦୦ମେଟ୍ରିକ୍ ଟନ୍ ଅମ୍ଳଜାନର ଆବଶ୍ୟକତା ଥିଲା କିନ୍ତୁ ଦିଲ୍ଲୀ ସରକାର ଏହାର ଚାହିଦା ୧୨୦୦ ମେଟ୍ରିକ୍ ଟନକୁ ବୃଦ୍ଧି କରିଥିଲେ।

ଅମ୍ଳଜାନ ଅଡିଟ୍ କମିଟି ଆହୁରି ମଧ୍ୟ କହିଛି ଯେ ଦିଲ୍ଲୀର ଅଧିକ ଚାହିଦା ହେତୁ ଅନ୍ୟ ୧୨ ଟି ରାଜ୍ୟ ଅମ୍ଳଜାନର ଅଭାବର ସମ୍ମୁଖୀନ ହୋଇଥିଲେ। ସେହି ରାଜ୍ୟ ଗୁଡ଼ିକରୁ ଅମ୍ଳଜାନ ପରିମାଣକୁ ହ୍ରାସ କରି ଜିଲ୍ଲୀକୁ ଯୋଗାଇ ଦିଆଯାଇଥିଲା।

 

Latest Posts

Don't Miss