ମୁମ୍ବାଇର ଏହି ଦୁଇ ହସ୍ପିଟାଲାରେ ଟ୍ରାଏଲ କରାଯିବ ଅକ୍ସଫୋର୍ଡରେ ତିଆରି କୋଭିଡ-୧୯ ଟିକା
1 min readନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଡ-୧୯ ଟିକା ଖୁବ ଶୀଘ୍ର ମୁମ୍ବାଇରେ ଟ୍ରାଏଲ କରାଯିବ । ମୁମ୍ବାଇର କେଇଏମ ଓ ନାୟର ହସପିଟାଲରେ ଟ୍ରାଏଲ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି । ଏହି ଭ୍ୟାକସିନର ନାଁ କୋଭିସିଲଡ ରଖାଯାଇଥିବାବେଲେ ଏହାର ଟେକ୍ନିକାଲ ନା ହେଲା ChAdOx1nCoV-19 । ଟ୍ରାଏଲବେଳେ କଣ ରହିବ ମାନଦଣ୍ଡ ସେ ନେଇ ସୂଚନା ଜାରି କରିଛି ଦୁଇ ହସପିଟାଲ ।
ପୁନାର ସେରମ ଇନିଷ୍ଟିଚ୍ୟୁଟ ଏହି ଟ୍ରାଏଲ କରିବ । ଏଥିରେ ଦେଶର ୧୭ଟି ଟିକା ଗବେଷଣାକାରୀ ସଂସ୍ଥା ଯୋଗଦେଉଛନ୍ତି । ଟ୍ରାଏଲରେ ୧୬ଶହ ଲୋକଙ୍କ ଠାରେ ପରୀକ୍ଷା କରାଯିବ ଟିକା । ଯେଉଁଥିରୁ ୪ଶହ ଜଣଙ୍କର ପ୍ରତିଷେଧକ ଟେଷ୍ଟ କରାଯିବ । ଏବଂ ୧୨ଶହ ଜଣଙ୍କର ପାର୍ଶ୍ବପ୍ରତିକ୍ରିୟା ଅନୁଧ୍ୟାନ କରାଯିବ । ମୁଖ୍ୟ କଥା ହେଲା ଭ୍ୟାକସିନ ପ୍ରସ୍ତୁତିରେ ଅତ୍ୟନ୍ତ ଦୁର୍ବଳ ଭୂତାଣୁକୁ ନିଆଯାଇଛି କି ନାହିଁ ତାହାର ପରୀକ୍ଷା କରାଯିବ । କାରଣ ଦୁର୍ବଳ ଭୂତାଣୁ ମଣିଷ ଶରୀରରେ କେବଳ ସାଧାରଣ ଫ୍ଲୁ ଓ ଜ୍ବର ସୃଷ୍ଟିକରିବାରେ କ୍ଷମତା ରଖେ ।