ସେପ୍ଟେମ୍ବର ବେଳକୁ ଆସିବ କରୋନା ଭାକସିନ, ଭାରତ ସମେତ ୭ ଦେଶରେ ଚାଲିଛି ଉତ୍ପାଦନ !

1 min read

ଲଣ୍ଡନ: କରୋନା ଭାଇରସ ବିଶ୍ୱ ପାଇଁ ଏକ ମହାମାରୀ ପାଲଟିଛି । ଦୁନିଆରେ ୨୨ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥିବାବେଳେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ରୋଗରୁ ଉପଶମ ପାଇବା ପାଇଁ ଅନେକ ଦେଶରେ ରିସର୍ଚ୍ଚ କରାଯାଉଛି। ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ବ୍ରିଟେନ ରହିିଛି । ବ୍ରିଟେନର ବୈଜ୍ଞାନିକମାନେ କରୋନାର ଚିକିତ୍ସା ଖୋଜିବା ପାଇଁ ଅନୁସନ୍ଧାନ କରୁଛନ୍ତି।

ବର୍ତ୍ତମାନ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନୋଲୋଜି ବିଭାଗର ପ୍ରଫେସର ସାରା ଗିଲବର୍ଟ କରୋନା ଭାଇରସ ଟୀକା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି। ଶୁକ୍ରବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଗିଲବର୍ଟ ଦାବି କରିଛନ୍ତି ଯେ ଏହି ଟିକା ସେପ୍ଟେମ୍ବର ସୁଦ୍ଧା ବଜାରରେ ପହଞ୍ଚିବ ।

 

ସେ କହିଛନ୍ତି ଯେ ChAdOx1 ଟେକ୍ନୋଲୋଜି ସହିତ ୧୨ ଟି ପରୀକ୍ଷା କରାଯାଇଛି। ଗୋଟିଏ ଡୋଜରୁ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ଆମେ ଭଲ ଫଳାଫଳ ପାଇଛୁ, ଯେତେବେଳେ କି RNA ଏବଂ DNA ଟେକ୍ନୋଲୋଜି ଦ୍ୱାରା ଦୁଇ କିମ୍ବା ଅଧିକ ଡୋଜ ଆବଶ୍ୟକ | ପ୍ରଫେସର ଗିଲବର୍ଟ ଏହାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ବିଷୟରେ ସୂଚନା ଦେଇଥିଲେ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହା ଏକ ମିଲିୟନ୍ ଡୋଜ ଉପଲବ୍ଧ କରିବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି।

ଅକ୍ସଫୋର୍ଡର ଦଳ ଏହି ଟିକା ଉପରେ ଏତେ ମାତ୍ରାରେ ଆତ୍ମବିଶ୍ୱାସ ରଖିଛି ଯେ ସେମାନେ କ୍ଲିନିକାଲ୍ ପରୀକ୍ଷା ପୂର୍ବରୁ ଏହାର ଉତ୍ପାଦନ ଆରମ୍ଭ କରିଦେଇଛନ୍ତି | ଏହି ପରିପ୍ରେକ୍ଷୀରେ ପ୍ରଫେସର ଆଡ୍ରିଆନ୍ ହିଲ୍ କହିଛନ୍ତି ଯେ ଦଳ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ।

୨.୨ ମିଲିୟନ୍ ଅନୁଦାନ ପ୍ରାପ୍ତ

 

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଟିକା ଆବିଷ୍କାରରେ ନିୟୋଜିତ ପ୍ରଫେସର ଗିଲବର୍ଟଙ୍କ ଦଳକୁ ବ୍ରିଟେନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ରିସର୍ଚ୍ଚ ଏବଂ ୟୁକେ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ଦ୍ୱାରା ୨.୨ ମିଲିୟନ୍ ଅନୁଦାନ ପ୍ରଦାନ କରାଯାଇଛି।

ଭାରତରେ ବି ଚାଲିଛି ଉତ୍ପାଦନ

ପ୍ରଫେସର ହିଲଙ୍କ ଅନୁସାରେ ଦୁନିଆର ୭ ଟି ମ୍ୟାନୁଫେକ୍ଚରିଂ କଂପାନି ଏହି ଟୀକା ଏବେ ପ୍ରସ୍ତୁତ କରୁଛନ୍ତି । ଏହି ସାତ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ ମଧ୍ୟରୁ ୩ଟି ବ୍ରିଟେନରେ,ତିନୋଟି ଆମେରିକାରେ ,ଗୋଟିଏ ଚୀନ ଓ ଆଉ ଗୋଟିଏ ଭାରତରେ ରହିଛି । ଭାରତରେ ଥିବା ୟୁନିଟରେ ମଧ୍ୟ ଉତ୍ପାଦନ କାର୍ଯ୍ୟ ଚାଲିଛି । ହିଲଙ୍କ ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅଧିକ ବିଳମ୍ବ ହେଲେ ବର୍ଷ ଶେଷ ସୁଧା ଟୀକା ବଜାରକୁ ଆସିଯିବ । ତିନୋଟି ପର୍ଯ୍ୟାୟରେ ଏହାର ଟ୍ରାଏଲ ଆରମ୍ଭ ହୋଇଛି । ୫୧୦ ଜଣ ଭଲ୍ୟୁଣ୍ଟର୍ସ ଏହି ଟ୍ରାଏଲରେ ଭାଗ ନେଉଛନ୍ତି  । ତୃତୀୟ ପର୍ଯ୍ୟାୟରେ ଏଥିରେ ୫ ହଜାର ଭଲ୍ୟୁଣ୍ଟର ସାମିଲ ହେବେ ।

https://www.facebook.com/nandighoshatv/videos/229928744943316/

Leave a Reply