ରାଜଧାନୀରେ ନାବାଳିକାକୁ ମାଲିକଙ୍କ ଅକଥନୀୟ ନିର୍ଯାତନା

ଭୁବନେଶ୍ୱର: ରାଜଧାନୀରେ ମଣିଷର ପଶୁ ଆଚରଣ । ନାବାଳିକାକୁ ମାଲିକଙ୍କ ଅକଥନୀୟ ନିର୍ଯାତନା । ଲାଳନପାଳର ଆଶା ଦେଖାଇ ନେଲେ ହେଲେ ଘର କାମରେ ଲଗାଇ ନିର୍ଯାତନା ଦେଲେ । ଭୁବନେଶ୍ବର ସାଲିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ ପ୍ରମିଳା ନାୟକଙ୍କ ଝିଅକୁ ଲାଳନପାଳନ କରିବା ନାଁରେ ନିଜ ଘରକୁ ନେଇଥିଲେ ଜଣେ ବ୍ୟକ୍ତି । ମାତ୍ର ସେଠାରେ ନାବାଳିକା ହାତରେ ଘରର ସବୁ କାମ କରାଉଥିଲେ ।

ପାଠ ପଢ଼ାଇବା ବଦଳରେ ୧୧ ବର୍ଷୀୟ ଝିଅକୁ ନିସ୍ତୁକ ମାଡ଼ମାରୁଥିଲେ ମାଲିକ । ଲୁହା ରଡ଼, ବାଡ଼ି ଓ ବେଲ୍ଟରେ ନିସ୍ତୁକ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଝିଅର ହାତ ଓ ଗୋଡ଼ ଭାଙ୍ଗିଯାଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଆଜି ସଂପୃକ୍ତ ମାଲିକ ନାବାଳିକାଙ୍କୁ ଆଣି ସାଲିଆ ସାହି ମଝି ରାସ୍ତାରେ ଛାଡ଼ି ଚାଲିଯାଇଥିଲେ ।

ପରେ ସେଠାରେ ନିଜେ ଘୋଷାରି ହୋଇ ଘରକୁ ଯାଇଥିଲେ ନାବାଳିକା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରାଯାଇଛି । ଘଟଣାକୁ ଗୁରୁତର ସହ ନାବାଳିକାର ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଇଛି । ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।