ସମ୍ବଲପୁରରେ ଭଡ଼ାଟିଆଙ୍କ ଦାଦାଗିରି, ଘର ଖାଲି କରିବାକୁ କହିଲେ ମାଲିକଙ୍କୁ କରୁଛନ୍ତି ମରଣାନ୍ତକ ଆକ୍ରମଣ

ସମ୍ବଲପୁର: ଭଡାଟିଆଙ୍କ ଦ୍ବାରା ନିଜ ଘରେ ବନ୍ଦୀ ବୃ୍ଦ୍ଧ ଦମ୍ପତ୍ତି । ଘର ଖାଲି ପାଇଁ କହିଲେ ମରଣାନ୍ତକ ଆକ୍ରମଣ କରାଯାଉଥିବାର ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ଶଯ୍ୟାଶାୟୀ । ଅନ୍ୟର ସାହାରା ନହେଲେ ଶେଯରୁ ଉଠିବା କଷ୍ଟ । ରଶିରେ ଶଯ୍ୟାଶାୟୀ ବାପାଙ୍କୁ ଖାଦ୍ୟ ପଠାଉଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହୀରାକୁଦ ଗୁରୁଦ୍ବାର ପଡାରେ । ଗେଟରେ ତାଲାମାରି ଫେରାର ଅଛନ୍ତି ଉପର ମହଲାରେ ରହୁଥିବା ଭଡାଟିଆ ।
ସେପଟେ ତଳ ଗେଟରେ ବି ତାଲା ପକାଇ ରଖିଛନ୍ତି ଅନ୍ୟ ଏକ ଭଡାଟିଆ । ପୋଲିସକୁ ଖବର ଦେଲେ ବି ପୋଲିସ ଶୁଣୁନଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ ।