ପାର୍କିଂ ବିବାଦକୁ ନେଇ ଏକ ନମ୍ବର ମାର୍କେଟରେ ହଜାରରୁ ଉର୍ଦ୍ଧ୍ବ ଦୋକାନରେ ପଡିଛି ତାଲା

1 min read

ଭୁବନେଶ୍ୱର : ରାଜଧାନୀର ସବୁଠାରୁ ବଡ଼ ଏକ ନମ୍ବର ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ । ପାର୍କିଂ ବିବାଦକୁ ନେଇ ଗତ ଦୁଇଦିନ ହେଲା ହଜାରରୁ ଉର୍ଦ୍ଧ୍ବ ଦୋକାନରେ ପଡିଛି ତାଲା । ସଂଘ କହିଛି ସେହି ଦିନ ପଯ୍ୟନ୍ତ ହାଟ ବନ୍ଦ ରହିବ ଯେ, ପର୍ଯ୍ୟନ୍ତ କୌଣସି ସମାଧାନ ନହୋଇଛି । ଗତ କାଲି ପାର୍କିଂ ବିବାଦ କୁ ନେଇ ଉଭୟ ଦୋକାନୀ ଓ ଉଠା ଦୋକାନୀ ମୁହାଁ ମୁହିଁ ହୋଇଥିବଲେ । ୟୁନିଟ୍‌‌-୧ର ୧୨ ଶହରୁ ଅଧିକ ସ୍ଥାୟୀ ଦୋକାନ ବନ୍ଦ ରହିଛି । ହାଟ ବାହାରେ ଥିବା ଦୋକାନୀ ୧୦ ରୁ ୧୦ ଫୁଟ ଦୋକାନ ବାହାରକୁ ଅକ୍ତିଆର କରି ରଖିଛନ୍ତି । ଫଳରେ ଫୁଟପାଥ୍ ସଙ୍କୁଚିତ ହୋଇଛି । ଖାଲି ସେତିକି ନୁହେଁ ଫୁଟପାଥରେ ମଧ୍ୟ ଅସ୍ଥାୟୀ ଦୋକାନୀ ପସରା ମେଳାଇଛନ୍ତି ।Unit-1 vegetable market in Bhubaneswar to have new address soon

ଫଳରେ ହାଟକୁ ଆସୁଥିବା ଲୋକେ ଯିବା ଆସିବା ପାଇଁ ଅସୁବିଧା ଭୋଗୁଛନ୍ତି । ଏହାଫଳରେ ଲୋକମାନେ ରାସ୍ତାରେ ଗାଡ଼ି ରଖି ୧୦୦ ଟଙ୍କାରେ ପରିବା ନେବାକୁ ଆସି ଏକ ହଜାର ଟଙ୍କା ଫାଇନ ଦେଉଛନ୍ତି । ତେଣୁ ହାଟକୁ ଆସିବାକୁ ମନ ବଳାଉ ନାହାନ୍ତି ଗ୍ରାହକ । ଫଳରେ ବ୍ୟବସାୟ ହେଉନି।  ବ୍ୟବସାୟୀ ମଧ୍ୟ ଅସୁବିଧା ର ସାମ୍ନା କରୁଛନ୍ତି।  ଏହି ସବୁ ଦାବି ନେଇ ବିଏସମି କମିଶନରଙ୍କ ସହ ସଂଘ ଆଲୋଚନା  କରିଛି । କମିଶନର ୪ରୁ ୫ଦିନ ସମୟ ମାଗିଛନ୍ତି।