‘ଜମ୍ମୁ କାଶ୍ମୀରରେ ମୁତୟନ ହେବେ ମାଲକାନଗିରିର ପ୍ରାୟ ୨୦୦୦ ବିଏସଏଫ୍ ଯବାନ’

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ପ୍ରାୟ ୨୦୦୦ ବିଏସଏଫ୍ ଯବାନଙ୍କୁ ଜମ୍ମୁ କାଶ୍ମୀର ଅଞ୍ଚଳରେ ମୁତୟନ କରାଯିବ। ଭାରତ ପାକ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ସେନା ବାହିନୀ ନିଷ୍ପତ୍ତି ନେଇଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଅନୁପ୍ରବେଶ ଏବଂ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଆଖିଆଗରେ ରଖି ସମ୍ଭବତଃ ଏଭଳି ରଣନୀତି ଗ୍ରହଣ କରାଯାଇଛି। ପ୍ରାରମ୍ଭିକ ଭାବେ ଜମ୍ମୁରେ ରିଆସି, କାଠୁଆ, କିଷ୍ଟୱାର ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ ହେବେ।

ଶନିବାର ଦିନ ଜମ୍ମୁର  କୁପୱରା ଜିଲ୍ଲା ଅନ୍ତର୍ଗତ ସୀମାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ଆକ୍ରମଣ ଫଳରେ ଜଣେ ଭାରତୀୟ ଯବାନ ସହୀଦ ହୋଇଥିବାବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିଭଳି ଭାରତୀୟ ଯବାନମାନେ ଜଣେ ଆତଙ୍କବାଦିକୁ ଗୁଳି କରି ମାରିଛନ୍ତି ।