spot_img

Latest Posts

କରୋନା ମହାମାରୀରେ ଗଲାଣି ୧୫୦୦ ଡାକ୍ତରଙ୍କ ଜୀବନ: ଆଇଏମଏ

ନୂଆଦିଲ୍ଲୀ: ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରୁଥିବା ଡାକ୍ତରଙ୍କ ଲାଗି କୋଭିଡ ସାବ୍ୟସ୍ତ ହୋଇଛି ବଡ ବିପଦ। କରୋନା ଦ୍ୱିତୀୟ ଲହରରେ ଗଲାଣି ୮୦୦ ଡାକ୍ତରଙ୍କ ଜୀବନ। ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫୦୦ରୁ ଅଧିକ ଡାକ୍ତରଙ୍କ ପ୍ରାଣହାନି ଘଟିଛି। ଜାତୀୟ ଡାକ୍ତର ଦିବସରେ ଏଭଳି ଚିନ୍ତାଜନକ ତଥ୍ୟ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ।

 

ବିହାର ଓ ଦିଲ୍ଲୀର ସର୍ବାଧିକ ଡାକ୍ତର କୋଭିଡରେ ଆଖି ବୁଜିଛନ୍ତି ବୋଲି ଆଇଏମଏ କହିଛି। ଦୁଃଖର କଥା କର୍ଣ୍ଣାଟକରେ ୫ମାସ ଗର୍ଭବତୀ ଜଣେ ଡାକ୍ତରଙ୍କ ସମେତ ବିହାରରେ ୮୦ ବର୍ଷର ଜଣେ ଡାକ୍ତରଙ୍କ ଜୀବନ ନେଇଛି ଭାଇରସ। ସେହିପରି ତେଲଙ୍ଗାନାରେ ୯୬ ବର୍ଷ ବୟସ୍କା ଜଣେ ରେଡିଓଲୋଜିଷ୍ଟ ବି ମହାମାରୀରେ ପ୍ରାଣ ହରାଇଛନ୍ତି।

ମୃତ ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତର ଦୁଇଟି ଯାକ ଡୋଜ ନେଇଥିବା ବେଳେ ଆଉ କେତେକ ଡୋଜ ନେଇ ନଥିଲେ। ଆଉ କେହିକେହି ଗୋଟିଏ ଡୋଜ ନେଇଥିଲେ। ଆଇଏମଏ ମହାସଚିବ ଡାକ୍ତର ଜୟେଶ ଲେଲେ କହିଛନ୍ତି ଯେ ଡାକ୍ତରଙ୍କ ମୃତ୍ୟୁ ନେଇ ପ୍ରତି ରାଜ୍ୟରୁ ତଥ୍ୟ ସଂଗ୍ରହ କରାଯାଉଛି।

IMA 730 Doctors Have Died During Corona Second Wave

ପ୍ରାଥମିକ ଆକଳନରୁ ଦ୍ୱିତୀୟ ଲହରରେ ୮୦୦ ଡାକ୍ତରଙ୍କ ଜୀବନ ଯାଇଛି ବୋଲି ଜଣାପଡ଼ିଛି। ମାତ୍ର ଏହି ସଂଖ୍ୟା ଅଧିକ ହୋଇପାରେ । ଆଇସିୟୁ ବା ସିସିୟୁରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଅଧିକ ଭାଇରାଲ ଲୋଡ ପଡିବା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଆଇଏମଏ ପକ୍ଷରୁ ପ୍ରକାଶ କରାଯାଇଛି ।

Latest Posts

Don't Miss