ଗଭୀର ସମୁଦ୍ରରେ ଫସିଛି ହଜାରେ ଜୀବନ
ନନ୍ଦିଘୋଷ: ମଝି ସମୁଦ୍ରରେ ଫସିଗଲା ହଜାରେ ଜୀବନ । ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି ଶହ ଶହ ପ୍ରବାସୀ । ମିଳିଥିବା ସୂଚନା ମୁତାବକ ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ପ୍ରବାସୀ ଫଶି ରହିଛନ୍ତି । ଇଟାଲୀ କୋଷ୍ଟଗାର୍ଡ ସେନା ଖବର ପାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସମୁଦ୍ରରେ ବିଶ୍ୱର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରୁଥିଲେ ପ୍ରବାସୀ । ସେମାନେ ୟୁରୋପକୁ ଫେରୁଥିଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଜାହାଜ ।
ମିଳିଥିବା ଖବର ମୁତାବକ ଖରାପ ପାଣିପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଇଟାଲୀ କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରିଛନ୍ତି । ଜାହଜରେ ଏକ ହଜାରରୁ ଅଧିକ ପ୍ରବାସୀ ଯାତ୍ରା କରୁଥିଲେ । ବର୍ତ୍ତମାନ ଇଟାଲୀ କୋଷ୍ଟଗାର୍ଡ ପାଖରେ କେବଳ ୫ଶହ ଲୋକଙ୍କୁ ବଂଚାଇବା ପାଇଁ ସାଧନ ରହିଥିବାବେଳେ ଜାହାଜରେ ଫସିଛନ୍ତି ଏକ ହଜାରରୁ ଅଧିକ ଲୋକ ।