ଇଟାଲୀରୁ ଅମୃତସର ଆସୁଥିବା ବିମାନରେ କରୋନା ବିସ୍ଫୋରଣ, ୧୭୯ରୁ ୧୨୫ ଯାତ୍ରୀ ପଜିଟିଭ୍
1 min readଅମୃତସର: ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭାରିଆଣ୍ଟ ଫଳରେ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବିମାନରେ ହୋଇଛି କରୋନା ବିସ୍ପୋରଣ । ଇଟାଲୀରୁ ପଞ୍ଜାବ ଅମୃତସର ଆସୁଥିବା ବିମାନରେ ହୋଇଛି କରୋନା ବିସ୍ଫୋରଣ ।
Correction | 125 passengers of an international chartered flight from Italy have tested positive for Covid-19 on arrival at Amritsar airport. Total passengers on the flight were 179: VK Seth, Amritsar Airport Director pic.twitter.com/AOVtkYmQiy
— ANI (@ANI) January 6, 2022
ଇଟାଲୀରୁ ଆସିଥିବା ଏହି ଚାର୍ଟାଡ ବିମାନରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିମାନରେ ମୋଟ ୧୭୯ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି । ତେବେ ଏହି ବିମାନରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ଅମୃତସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଇଟାଲୀରେ ଟିକା ନେଇଥିଲେ ।
#FlyAI : Several Media houses has reported that Passengers of Air India flight from Rome to Amritsar have been tested covid positive. This is wrong and baseless. Air India doesn't operate any flight from Rome currently.
— Air India (@airindia) January 6, 2022
ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଥମେ କୁହାଯାଉଥିଲା କି ଏହି ବିମାନ ଏୟାର ଇଣ୍ଡିଆର ଥିଲା କିନ୍ତୁ ଏୟାର ଇଣ୍ଡିଆ ଏହି କଥାକୁ ଖଣ୍ଡନ କରିଛି । ଏୟାର ଇଣ୍ଡିଆ ଟ୍ୱିଟ କରି କହିଛି ବର୍ତ୍ତମାନ ସମୟରେ ଏୟାର ଇଣ୍ଡିଆର କୌଣସି ବିମାନ ରୋମରୁ ଭାରତ ଆସୁନାହିଁ ।