୫ଶହ ଟେଷ୍ଟରୁ ୫ ଜଣଙ୍କର ବାହାରିଲା କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି

1 min read

ଭୁବନେଶ୍ବର: ଅଧିକ ଟେଷ୍ଟିଂ ହେଉଛି କମ ବାହାରୁଛି ଆକ୍ରନ୍ତଙ୍କ ସଂଖ୍ୟା  । ଗତକାଲି ୫୦୦ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ୫ ଜଣ ପଜିଟିଭ ବାହାରିଥିବାବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଲକ୍ଷଣ ଥିବା ଲୋକେ ଘରେ ରହିବାକୁ କୁହାଯାଇଛି । ନୂଆ ବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ।

ଥଣ୍ଡା, କାଶ ଓ ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତି ଭିଡ଼ରୁ ଦୂରେଇ ରହିବା ପାଇଁ ସେ ଅପିଲ କରିଛନ୍ତି  । ଘରେ ରହିବା ସହ ନିହାତି ଆବଶ୍ୟକ ହେଲେ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅପିଲ କରିଛନ୍ତି ।

ଅନ୍ୟପଟେ ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ଗତକାଲି ୬୯୨ ଟି ନୂଆ ମାମଲା ରେକର୍ଡ ହୋଇଥିଲା  । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାୟୀ, ମୋଟ ଆକ୍ଟିଭ୍ କେସ୍ ୪ଟିକୁ  ବଢି ଆକ୍ରାନ୍ତ ସଂଖ୍ୟା ୪.୦୯୭ ରେ ପହଞ୍ଚିଛି  । ସରକାରୀ ତଥ୍ୟ ଅନୁଯାୟୀ , ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି  ।  ଏହି ୬ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ, ଦିଲ୍ଲୀ , କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  । ଏହା ସହ ଜାନୁୟାରୀ ୨୦୨୦ରୁ  ଭାରତରେ କରୋନା ଭାଇରସ୍ ର ମୋଟ ମାମଲା ୪.୫୦,୧୦, ୯୪୪ ରେ ପହଞ୍ଚିଛି  । ସେହିପରି ଭାରତରେ କୋଭିଡ୍ -୧୯ ମାମଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୫,୩୩, ୩୪୬କୁ ବୃଦ୍ଧି ପାଇଛି  । ଗତକାଲି ଦିଲ୍ଲୀରେ କୋଭିଡ୍ -୧୯  ସବ୍ ଭାରିଆଣ୍ଟ JN. 1 ର ପ୍ରଥମ ମାମଲା ସାମ୍ନାକୁ ଆସିଛି  । ତିନୋଟି ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା ବେଳେ ଗୋଟିଏ JN. 1 ମାମଲା ରହିଛି  । ଆଉ ଦୁଇଟି କୋଭିଡ୍ ମାମଲାରେ କୋରନା ର  ଓମିକ୍ରନ୍  ଭାରିଆଣ୍ଟର ମାମଲା ସାମ୍ନାକୁ ଆସିଛି  । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାକୁ ମିଶାଇ ଦେଶରେ ଏବେ ସୁଦ୍ଧା ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୯୭ରେ ପହଞ୍ଚିଛି  ।