ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନିଜସ୍ୱ ଓ ସ୍ୱତନ୍ତ୍ର ପ୍ରକଳ୍ପ ଆମ ହସ୍ପିଟାଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ନିଜସ୍ୱ ଓ ସ୍ୱତନ୍ତ୍ର ପ୍ରକଳ୍ପ ଆମ ହସ୍ପିଟାଲ। ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଏଥିରେ କାମ କରିବ। ହସ୍ପିଟାଲରେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସହ ଭିତ୍ତିଭୂମିର ନବୀକରଣ କରାଯିବ। ଟିଭିରେ ସ୍ୱାସ୍ଥ୍ୟ ସମାଚାର ଓ ନ୍ୟୁଜ ଯେପରି ଦେଖି ହେଵ, ମେଡିକାଲ ପରିସରରେ ପାଣି ସୁବିଧା, ରୋଗୀଙ୍କୁ ଲାଇନରେ ଠିଆ ହେବାକୁ ପଡ଼ିବନି, ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ଅନ୍ୟାନ୍ୟ ସୁବିଧାର ସରଳୀକରଣ କରାଯିବ। ଉନ୍ନତ ସେବା ପାଇଁ ବିଭିନ୍ନ ହସ୍ପିଟାଲକୁ ସାର୍ଟିଫିକେଟ ପ୍ରଦାନ କରାଯିବ । ୧୪୯  ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ନିଆଯାଇଛି ।

ପରେ ସବୁ ସରକାରୀ ମେଡିକାଲ ଏହି ଯୋଜନାକୁ ଆସିବ। ରୋଗୀ ଯେପରି ଚିକିତ୍ସା ସେବାରେ ସନ୍ତୁଷ୍ଟ ସହ ସୁସ୍ଥ ହୋଇ ଫେରିବେ ଏହାର ଲକ୍ଷ୍ୟ ରହିଛି  । ସରକାରୀ ହସ୍ପିଟାଲକୁ ୮୦ ପ୍ରତିଶତ ରୋଗୀ ଯାଇଥାନ୍ତି । ସେଥିଲାଗି ସରକାରୀ ମେଡିକାଲରେ ଭିତ୍ତିଭୂମିର ଉନ୍ନତୀକରଣ ଲାଗି ଏହି ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।