ନନ୍ଦିଘୋଷ ବ୍ୟୁରୋ: ଷ୍ଟାଇପେଣ୍ଡ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଓୟୁଏଟି ଛାତ୍ରଛାତ୍ରୀ। ଓୟୁଏଟି ଫାଟକ ଆଗରେ ଅନଶନରେ ବସିଛନ୍ତି ଶତାଧିକ M.SC ଓ PH.D ଛାତ୍ରଛାତ୍ରୀ। ବାରମ୍ବାର ସରକାରଙ୍କୁ କୁଳପତିଙ୍କ ଜରିଆରେ ଅବଗତ କରାଯାଇଥଲେ ମଧ୍ୟ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଓଡ଼ିଶାର ଏକମାତ୍ର କୃଷି ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାଇପେଣ୍ଡ ନ ମିଳିବା ଦୁର୍ଭାଗ୍ୟ ଜନକ ବୋଲି ସେମାନେ କହିଛନ୍ତି। ଅନ୍ୟ ରାଜ୍ୟର କୃଷି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ କାହିଁକି ଦିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ମିଳିବା ଯାଏ ଅନଶନ ଜାରି ରହିବ ବୋଲି କହିଛନ୍ତି ସେମାନେ ।

