ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭିର ଚିଫ୍ ଫାଇନାନ୍ସ ଅଫିସରଙ୍କୁ ଅଢ଼େଇ ଘଣ୍ଟା ଧରି ଜେରା

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଘଟଣା । ମହିଳା ଥାନାରେ ହାଜର ହେଲେ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର । ଚିଫ୍ ଫାଇନାନ୍ସ ଅଫିସରଙ୍କ ନାମ ହେଉଛି ମନୋରଞ୍ଜନ ଷଡଙ୍ଗୀ । ନାବାଳିକା ଦୁଷ୍କର୍ମ ଘଟଣାରେ ମନୋରଞ୍ଜନଙ୍କୁ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଧରି ଜେରା କରିଛି ମହିଳା ଥାନାର ପୋଲିସ । ଆଜି ଅପରାହ୍ନ ସାଢେ ୪ରୁ ସାଢେ ୬ ଯାଏଁ ତାଙ୍କୁ ପୋଲିସ ପଚରାଉଚରା କରିଛି । ଦୁଷ୍କର୍ମ ନେଇ ବିଭିନ୍ନ ଦିଗକୁ ଦେଖି ଜେରା କରିଛି ପୋଲିସ ।

ପୂର୍ବରୁ ଓଟିଭର ଇନପୁଟ ଓ ଆଉଟପୁଟ ମୁଖ୍ୟ, ଓଟିଭିର ଏଚଆର ମୁଖ୍ୟ, ସହକାରୀ ଏଚଆର ମୁଖ୍ୟଙ୍କୁ ମଧ୍ୟ ଜେରା କରିଛି ମହିଳା ପୋଲିସ । ନାବାଳିକା ଦୁଷ୍କର୍ମ ଘଟଣାରେ ଓଟିଭିର ୩ ଜଣ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ସମାନ୍ତରାଳ ଭାବେ ଏହି ଘଟଣାକୁ ନେଇ ଦୁଇ ଦୁଇଟି ତଦନ୍ତ ଚାଲିଛି ।

ଗୋଟିଏ ପଟେ ମହିଳା ଥାଏ ଏହାକୁ ନେଇ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ମହିଳା କମିଶନ ମଧ୍ୟ ଏ ଦିଗରେ ଜେରା କରୁଛି । ମହିଳା ଥାନାରେ ଚାଲିଥିବା ଜେରାରେ ଫେଜ ଫେଜ ଧରି ଓଟିଭିର ଅଧିକାରୀଙ୍କୁ ଜେରା କରାଯାଉଛି ।  ଓଟିଭିର ବଡ଼ ବଡ଼ ଅଧିକାରୀ ମାନଙ୍କୁ ଡାକି ଜେରା କରାଯାଉଛି ।

Leave a Reply