ସାରୁଅରେ ପେଟପାଟଣାର ଲଢେଇ ଜାରି,୧୪ ଦିନରେ ପହଞ୍ଚିଲା ଠିକା କର୍ମଚାରୀଙ୍କ ଆନ୍ଦୋଳନ

Sarua Land Scam Issue Will Raise In Odisha Assembly Winter Session

ଖୋର୍ଦ୍ଧା: ତୁଟୁନି ସାରୁଅ ବିବାଦ । ଲଗାତର ୧୪ଦିନ ଧରି ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ହେଲେ ଓଡ଼ିଶା ଇନଫ୍ରାଟେକ୍ ଲିମିଟେଡର ଏଥିପ୍ରତି ନିଘା ନାହିଁ । ଧାରଣାରେ ବସିଥିବା ୩୩ଜଣଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିଗଲାଣି । ତଥାପି ଆନ୍ଦୋଳନକାରୀଙ୍କ ଦାବି ପୂରଣ କରୁନି ସଂସ୍ଥା । ବାଧ୍ୟହୋଇ ଗତକାଲି ସାରୁଅ ଷ୍ଟୁଡିଓ ଛାଡ଼ି ରାଜଭବନ ଆଗରେ ଧାରଣା  ଦେଇଥିଲେ ଠିକା କର୍ମଚାରୀ । ଏହାସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

୫ ଦଫା ଦାବି ନେଇ ରାଜଭବନ ଆଗରେ ୩୧ ଠିକା କମର୍ଚାରୀ ଧାରଣାରେ ବସିଥିଲେ । ସାରୁଅରେ ଚାଲିଥିବା ଆନ୍ଦୋଳନରେ ହସ୍ତକ୍ଷେପ ଲୋଡିଛନ୍ତି ଠିକା କର୍ମଚାରୀ । ତୁରନ୍ତ ସେମାନଙ୍କୁ ଉପଯୁକ୍ତ ଦରମାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି ହୋଇଛି । ଏମାନଙ୍କୁ ନିଯୁକ୍ତି ଦିଆୟାଇଥିବା ବେଳେ ପ୍ରତିଶ୍ରୁତି ପରେ ବି ଠିକା କର୍ମଚାରୀ ହୋଇନଥିଲେ ସ୍ଥାୟୀ ।  କମ୍ପାନୀ ପ୍ରତିଶ୍ରୁତିରେ ଖିଲାପ କରିବା ସହ ଲକଡାଉନ ପିରିୟଡରେ ଟଙ୍କାଟିଏ ବି ଦରମା ଦେଇନଥିଲା ।

ଅନୁସୂଚିତ ଜାତିଙ୍କ ଠାରୁ ଚଞ୍ଚକତା କରି ଜମି କିଣା ଯାଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ କମ୍ପାନୀ ନିର୍ଦ୍ଦେଶ ଦେଇଥିଲା । ଏହା ନକରିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ଅଭିଯୋଗ ହୋଇଛି । ପ୍ରାୟ ୬ବର୍ଷ କାମ କଲା ପରେ ବି କାର୍ଯ୍ୟଦକ୍ଷତାରେ ପ୍ରଶ୍ନ ଉଠାଇ ଚାକିରିରୁ ବହିଷ୍କୃତ ପରେ ସାରୁଅର ଷ୍ଟୁଡିଓ ଆଗରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ଏଥିରେ ବୈଜୟନ୍ତ ପଣ୍ଡାଙ୍କ ଶ୍ୱଶୂର ଏବଂ ଶଳା ହସ୍ତକ୍ଷେପ କରିବା ସହ ଆମକୁ ଧମକ ଚମକ ଦେଇଆସୁଛନ୍ତି ।

ବୈଜୟନ୍ତଙ୍କ ଶ୍ୱଶୂର ରଣଧୀର ସିଂ ସେମାନଙ୍କୁ ମିଛ ଆରୋପରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଠିକା କର୍ମଚାରୀଙ୍କୁ ଧମକାଇ ସଂସ୍ଥାର ୨କର୍ମଚାରୀ ଗିରଫ ହୋଇଛନ୍ତି । ସେପଟେ ନଭେମ୍ବର ୧୧ରେ ଭୁବେନେଶ୍ୱର ଡିଭିଜନ ଉପ ଶ୍ରମ ଆୟୁକ୍ତ ଉଭୟ ପକ୍ଷକୁ ନୋଟିସ ଦେଇ ସମାଧାନ ପାଇଁ ଡକାଇଥିଲେ । ହେଲେ ଓଡିଶା ଇନଫ୍ରାଟେକ କର୍ତ୍ତୃପକ୍ଷ ଆସିନଥିଲେ । ଆଗାମୀ ୧୦ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଉପ ଶ୍ରମ ଆୟୁକ୍ତ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply