ଗଣଦୁଷ୍କର୍ମ ମାମଲା: OTV ଇନ୍‌ପୁଟ୍‌ ପରେ ଆଉଟ୍‌ପୁଟ୍‌ ହେଡ୍‌ ଥାନାରେ

1 min read
OTV Output Head

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ସୋମବାର ଓଟିଭିର ଇନ୍‌ପୁଟ୍‌ ହେଡ୍‌ ଥାନାରେ ହାଜର ହୋଇଥିବା ବେଳେ ମଙ୍ଗଳବାର ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଆଉଟ୍‌ପୁଟ ହେଡ୍ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯିବା ପରେ ଆଜି ସେ ହାଜର ହୋଇଛନ୍ତି । ଥାନାରେ ହାଜର ହେବା ପରେ ସେ ନିଜର ପକ୍ଷ ରଖିଥିବା କୁହାଯାଉଛି ।

ଏହି ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ମଧ୍ୟ ନୋଟିସ୍‌ କରିଛି ମହିଳା କମିଶନ । ଓଟିଭି ପକ୍ଷରୁ ପକ୍ଷ ରଖିବାକୁ କମିଶନ, ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ କରାଯାଇଛି । ଆଗରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ ।

ତେବେ ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ଓଟିଭି ଏମ୍‌ଡିଙ୍କୁ ନୋଟିସ୍‌ ହୋଇଛି । ପୀଡ଼ିତାଙ୍କ ମା’ ଦେଇଥିବା ଅଡିଓ କ୍ଲିପ୍‌ ପେନ୍‌କୁ ନେଇ ତଦନ୍ତ ହେବ । ଅଡିଓ କ୍ଲିପରେ ପୀଡ଼ିତାଙ୍କ ମା ଓ ଏମଡିଙ୍କ ମଧ୍ୟରେ ବାର୍ତାଳାପ ହୋଇଥିଲା । ୨୧ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ଯଦି ହାଜର ନ ହେବେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ।

ସେପଟେ ଓଟିଭି ଏମଡିଙ୍କ ଗିରଫଦାରୀ ଦାବିରେ ଷ୍ଟେଟ ପ୍ରୋଗ୍ରେସିଭ ଓମେନସ୍‌ ଫୋରମ ରାଜ୍ୟପାଳଙ୍କୁ ଭେଟିଛନ୍ତି । ପୋକସୋ ଆକ୍ଟ ସେକ୍ସନ ୨୧ ଆଧାରରେ ତାଙ୍କୁ ଗିରଫ କରାଯାଉ । ଜାଣିଶୁଣି ସେ ଘଟଣାକୁ ଚାପିବାକୁ ଉଦ୍ୟମ କରିଥିଲେ । କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଫୋରମ ।

ଅନ୍ୟପଟେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଓଟିଭିର ଦୁଇ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । FIR କପିରେ ନା ଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯିବ । ସେମାନଙ୍କ ପାଖରୁ ତଥ୍ୟ ମିଳିବା ଆଶା ରହିଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ଘଟଣା ସହ ସମ୍ପୁକ୍ତ ଥିବା ସାକ୍ଷୀମାନଙ୍କୁ ପଚାଉଚରା ଚାଲିଛି । ଅଭିଯୋଗ ଆସିଥିବା ପୋଲିସର ଚିହ୍ନଟ ପକ୍ରିୟା ଚାଲିଥିବା ଡିସିପି କହିଛନ୍ତି । ସେପଟେ ତଦନ୍ତକାରୀ ଅଧିକାରୀ ଓ କିଛି ସାକ୍ଷୀ କରୋନା ଆକ୍ରାନ୍ତ ହୋଇଥିବାରୁ ଅଧିକ ସମୟ ମାଗିଥିବା ସେ କହିଛନ୍ତି ।

Leave a Reply