ପୁଣି ଚାଲ୍ ଖେଳିଲେ ଜଗି ପଣ୍ଡା: ମାମଲା ନାକଚ ନେଇ OSCPCR କମିଶନଙ୍କ ନିକଟରେ ଆବେଦନ

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା । ପୁଣି ଚାଲ ଖେଳିଲେ ଓଟିଭି ଏମଡି ଜଗି ପଣ୍ଡା  । ମାମଲାକୁ ନାକଚ କରିବାକୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି ଜଗି । ସେପଟେ ଭୁବନେଶ୍ୱର ଡିସିପି ମଧ୍ୟ ନିଜ ତଦନ୍ତ ରିପୋର୍ଟ ଆୟୋଗଙ୍କୁ ପ୍ରଦାନ କରିଛନ୍ତି। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଏ ସମ୍ପର୍କିତ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିବା ଡିସିପି ଉଲ୍ଲେଖ କରିଛନ୍ତି । ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନର ସନ୍ଧ୍ୟାବତୀ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।

ଘଟଣା ଦୃଷ୍ଟିରୁ ଉଲ୍ଲେଖ ଯୋଗ୍ୟ, ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ ।  ଥରେ ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ କାମ ଥିବ ଆଳ ଦେଖାଇ ମହିଳା କମିଶନଙ୍କ ସାମ୍ନାରେ ହାଜର ନହୋଇ ଚାଲିଯାଇଥିଲେ । ଏହା ପରବର୍ତ୍ତୀ ସମୟରେ ପୁଣି କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିଲା । କିନ୍ତୁ ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି ଘଟିଥିଲା । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଥିଲେ ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ । ତେବେ ମହିଳା କମିଶନଙ୍କ ଠାରେ ଆବେଦନ ଖାରଜ ସତ୍ତ୍ୱେ ଏବେ ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି ।

Leave a Reply