ସରିଲା ସମୟ ଟାଳିବାର ଡ୍ରାମା, ଏଥର OTV MD ଜଗି ନିଜେ ହାଜର ପାଇଁ ନିର୍ଦ୍ଦେଶ
1 min read
ଭୁବନେଶ୍ୱର: ସରିଲା ସମୟ ଟାଳିବାର ଡ୍ରାମା । ଭୁବନେଶ୍ୱର ଇନଫୋସିଟି ଗଣଦୁର୍ଷ୍କମ ମାମଲାରେ ଓଟିଭିର ଏମ୍ଡି ଜଗି ମଙ୍ଗତ ପଣ୍ଡାଙ୍କ ସମେତ ୩ ଜଣଙ୍କୁ ସାନି ସମନ ଜାରି କରିଛନ୍ତି ରାଜ୍ୟ ମହିଳା କମିଶନ । ଏଥର କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ପୂର୍ବରୁ ଜଗି ଓକିଲ ଏବଂ ପିଆରଓଙ୍କ ଜରିଆରେ ନିଜ ପକ୍ଷ ରଖିଥିଲେ । ଏଣିକି ଆଗକୁ ଆଉ ଦିନ ଗଡ଼ାଇ ପାରିବେନି କି ବାହାନା ଦେଖାଇ ସମୟ ଟାଳି ପାରିବେନି ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ।
ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଜଗିମଙ୍ଗତ ପଣ୍ଡାଙ୍କୁ ପୂର୍ବରୁ ବାରମ୍ବାର ସମନ ଜାରି କରିଥିଲେ ରାଜ୍ୟ ମହିଳା କମିଶନ । ହେଲେ ବିଭିନ୍ନ ଆଳ ଦେଖାଇ ସେ ମହିଳା କମିଶନଙ୍କ ନିକଟରେ ହାଜର ହେଉଥିଲେ । ତେବେ ଆସନ୍ତା ୨୧ ତାରିଖରେ ହାଜର ହେବାକୁ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ୩ ଜଣଙ୍କୁ ସାନି ସମନ ଜାରି ହୋଇଛି । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ପରେ ଓଟିଭି ଅଫିସ୍ର ଆଭ୍ୟନ୍ତରୀଣ କମିଟି କଣ ପଦକ୍ଷେପ ନେଇଥିଲା, ସେ ବିଷୟରେ ଜାଣାଇବାକୁ ମଧ୍ୟ ସମନ ଜାରି ହୋଇଛି ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ୍ ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର ଗ୍ରହଣ କରିବା ପରେ ଏଯାଏଁ ଓଟିଭିର ତିନି ଜଣ ଅଧିକାରୀଙ୍କୁ ଜେରା କରିସାରିଛି । ଖୁବ୍ଶୀଘ୍ର କ୍ରାଇମ୍ବ୍ରାଞ୍ଚ୍ ସତ୍ୟର ପର୍ଦ୍ଦାଫାସ କରିବ ବୋଲି ନାବାଳିକାଙ୍କ ପରିବାର ଲୋକ ଆଶା ବାନ୍ଧିଛନ୍ତି ।