ହାଜର ହେଲେନି ଓଟିଭି ଏମ୍‌ଡି, ଏଥର ପୋଲିସ କରିବ ସମନ..

Jagi mangat Panda

ଭୁବନେଶ୍ୱର: ଆଜି ବି ହାଜର ହେଲେନି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବୁଧବାର ଶିଶୁ ଅଧିକାର ସୁରକ୍ଷା କମିଶନରେ ଶୁଣାଣି ଆରମ୍ଭ ହୋଇଛି । ହେଲେ ଯାହାଙ୍କୁ ସମସ୍ତଙ୍କ ଅପେକ୍ଷା ଥିଲା ସେ ଆସିନାହାନ୍ତି । ବାରମ୍ବାର ନୋଟିସ୍‌ ସତ୍ତ୍ୱେ ଏଥର ବି ଶିଶୁ ଅଧିକାର ସୁରକ୍ଷା କମିଶନରଙ୍କ ନିକଟରେ ହାଜର ହେଲେନି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ।

OTV MD Jagi Panda Threatened Victim And His Mother Not To Tell Gang Rape Matter To Others  

ଜଗିଙ୍କ ବଦଳରେ ଆସିଛନ୍ତି ତାଙ୍କ ପ୍ରତିନିଧି । ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମାଡାମ୍‌ ପଣ୍ଡାଙ୍କ କେତେ ଆନ୍ତରିକତା ଅଛି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ମାଡାମ୍‌ ପଣ୍ଡାଙ୍କୁ ନୋଟିସ୍‌ ହୋଇଛି ହାଜର ହେବା ପାଇଁ ଓ ନିଜ ପକ୍ଷ ରଖିବା ପାଇଁ । ହେଲେ ସେ ସବୁଥର କୌଣସିି ନା କୌଣସି ବାହାନା ଦେଖାଇ ହାଜର ହେବାକୁ ଏଡ଼ାଇ ଦେଇଛନ୍ତି ।

ଆଜିର ଶୁଣାଣି ପାଇଁ ପୀଡ଼ିତାଙ୍କ ଓକିଲ କମିଶନରେ ହାଜର ହୋଇଛନ୍ତି । କିନ୍ତୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ହାଜର ନହୋଇ ପ୍ରତିନିଧି ପଠାଇଛନ୍ତି । ହାଜର ପାଇଁ ଓଟିଭି ଏମଡି ଜଗି ପଣ୍ଡାଙ୍କ ସମେତ ଆଉ ୪ ଜଣଙ୍କୁ ପୂର୍ବରୁ ନୋଟିସ ହୋଇଥିଲା । ତେବେ ଆଗାମୀ ଦିନରେ ପୋଲିସ ଜରିଆରେ ଜଗିଙ୍କୁ ହାଜର ପାଇଁ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି । ଗତ ୧୮ ତାରିଖରେ ମାମଲାର ପ୍ରଥମ ଶୁଣାଣି ହୋଇଥିଲା । ଏଥିରେ ପୀଡ଼ିତାଙ୍କ ମା ଓ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିନିଧି ହାଜର ହୋଇଥିବା ବେଳେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ସମୟ ନେଇଥିଲେ । ସେଥର କେବଳ ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇଥିଲା ।

Leave a Reply