ଖୋଲୁଛି କେଳେଙ୍କାରୀ ପେଡ଼ି, ଲୋକେ ବି କହିଲେଣି ଜଲଦି ଗିରଫ କର
1 min readଭୁବନେଶ୍ୱର: ଖୋଲିବାରେ ଲାଗିଛି ପଣ୍ଡା ଦମ୍ପତିଙ୍କ ଜମି କେଳେଙ୍କାରୀର ପେଡ଼ି । ଖୋର୍ଦ୍ଧା ସାରୁଅ ପରେ ପୁରୀ । ଦଳିତ ରବୀନ୍ଦ୍ରଙ୍କୁ ମୋହରା କରି ହରିଜନଙ୍କ ଜମିକୁ ହାତେଇ ନେଇଛି ଜଗି ଓ ଜୟ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା କମ୍ପାନୀ । ବଡ଼କଥା ହେଉଛି- ବେଆଇନ୍ ଜମି କାରବାରରେ ପଣ୍ଡା ପରିବାରର ଓରଟେଲ୍ ଗ୍ରୁପ୍ କର୍ମଚାରୀଙ୍କୁ ଡରାଇ, ଧମକାଇ ଚାକିରି ଚାଲିଯିବାର ଭୟ ଦେଖାଇ ବ୍ୟବହାର କରିଛି । ନିଜର ସ୍ୱାର୍ଥ ଚରିତାର୍ଥ କରିବାକୁ ଯାଇ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଭୂ-ସଂସ୍କାର ଆଇନକୁ ଦଳିମକଚି ଦେଇଛି ।
ସାରୁଅରେ କମ୍ପାନୀର ଜମି କିଣାରେ ମୋହରା ବନିଥିବା ଗଞ୍ଜାମ ଜିଲ୍ଲାର ରବୀନ୍ଦ୍ର ବିସ୍ଫୋରକ ବୟାନ ଦେଇଛନ୍ତି । କେବଳ ଖୋର୍ଦ୍ଧାର ସାରୁଅ ନୁହେଁ ବରଂ ପୁରୀରେ ବି ରବୀନ୍ଦ୍ରଙ୍କ ନାଁରେ ଅଗୋଚରରେ ଜମି କିଣିଛି ପଣ୍ଡା କମ୍ପାନୀ । ରବୀନ୍ଦ୍ରଙ୍କ ଏହି ବୟାନ ପରେ ପୁଣି ସୋସିଆଲ୍ ମିଡିଆରେ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି । ପଣ୍ଡା ଦମ୍ପତିଙ୍କୁ ଗିରଫ କରିବାକୁ ଦାବି ହୋଇଛି । ପଢ଼ନ୍ତୁ ରବୀନ୍ଦ୍ରଙ୍କ ବୟାନ ପରେ ସୋସିଆଲ୍ ମିଡିଆରେ କେଉଁ ଭଳି ପ୍ରତିକ୍ରିୟା ସବୁ ଆସୁଛି ।
ସତ୍ୟେନ୍ଦ୍ର ଦାସ ଲେଖିଛନ୍ତି- ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ଦରକାର । ଗରିବ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ୍ ।
ଏହିଭଳି ଆଉ କିଛି ପ୍ରତିକ୍ରିୟା ଉପରେ ନଜର ପକାନ୍ତୁ