spot_img

Latest Posts

ସାରୁଅ ଜମି କେଳେଙ୍କାରୀ: ୧୨ ଦିନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ୧୨ ଦିନରେ ପହଞ୍ଚିଲାଣି ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଶୀତ କାକରରେ ନ୍ୟାୟ ପାଇଁ ପଡିରହିଛନ୍ତି ଠିକା କର୍ମଚାରୀ। ସେପଟେ ଶ୍ରମ ବିଭାଗ ନିକଟରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦାଖଲ ହୋଇଛି ଟାଇମ ପିଟିସନ । ୧୦ ଦିନ ସମୟ ମାଗିଛନ୍ତି ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ। ଗତକାଲି ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ ହୋଇଥିଲା ।

ପ୍ରତିନିଧିଙ୍କ ଜରିଆରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ ଟାଇମ ପିଟିସନ ଦାଖଲ କରିଛନ୍ତି । ପରବର୍ତ୍ତୀ ନିଷ୍ପତ୍ତି ଶ୍ରମ ଆୟୁକ୍ତ ନେବେ । ସେପଟେ ଆନ୍ଦୋଳନରତ ଠିକା କର୍ମଚାରୀଙ୍କ ପ୍ରତିନିଧିଙ୍କ ଠାରୁ ଦୀର୍ଘ ୬ ଘଣ୍ଟାର ବୟାନ ରେକର୍ଡ କରିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ । ଓଟିଭି ସାରୁଅ ଷ୍ଟୁଡିଓରେ ମୋଟ ୩୩ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣ ଓଟିଭିରୁ ଦରମା ପାଉଥିବା ବେଳେ ୯ ଜଣ କର୍ମଚାରୀ ଥାର୍ଡପାର୍ଟି ଜରିଆରେ ଦରମା ପାଉଥିଲେ।

ଗତକାଲି ୮ ଜଣ କର୍ମଚାରୀଙ୍କ ବୟାନ ରେକର୍ଡ ସହ ନିଯୁକ୍ତି ଓ ସେମାନେ ଦରମା ସଂପର୍କିତ କାଗଜପତ୍ର ପଇଠ କରିଛନ୍ତି। ଗତକାଲି ଉଭୟ ପକ୍ଷଙ୍କୁ ସାମ୍ନା ସାମ୍ନି ପଚରାଉଚରା କରିବା ପାଇଁ ନୋଟିସ କରିଥିଲେ ଡିଭିଜନାଲ ଶ୍ରମ ଆୟୁକ୍ତ। କିନ୍ତୁ ବାତାବରଣ ଠିକ ନଥିବା ଦର୍ଶାଇ ଓଟିଭି କର୍ତ୍ତୃପକ୍ଷ ୧୦ ଦିନ ସମୟ ମାଗିଛନ୍ତି । ଫଳରେ କେବଳ କର୍ମଚାରୀଙ୍କ ବୟାନ ରେକର୍ଡ କରି ଛାଡିଛନ୍ତି ଶ୍ରମ ଆୟୁକ୍ତ। କର୍ମଚାରୀ ମାନେ ଦେଇଥିବା କାଗଜପତ୍ର ଅନୁଧ୍ୟାନ କରାଯିବ। ତେବେ ଆଗକୁ ଯଦି ଓଟିଭି କର୍ତ୍ତୃପକ୍ଷ ନିଜର ପକ୍ଷ ନରଖନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ।

Latest Posts

Don't Miss