ସାରୁଅରେ ଜମି ହାତେଇବାକୁ ଚକ୍ରବ୍ୟୁହ: ଫିଲ୍ମସିଟି ଆଳରେ ହେରାଫେରିର ହରଣ ଗୁଣନ

ଭୁବନୋଶ୍ୱର: ଖୋର୍ଦ୍ଧା ସାରୁଅରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ମ୍ୟାଡାମଙ୍କ ସାଂଘାତିକ ଷଡ଼ଯନ୍ତ୍ର । ଜମି କିଣା ଆଳରେ ଗାଁଟା ଯାକର ଜମି ମାଡ଼ି ବସିବାକୁ ରଚିଛନ୍ତି ଚକ୍ରବ୍ୟୂହ  । ଆଉ ଏମିତି ଚାଲାକିର ସହ ଜମି କିଣିଛନ୍ତି ଯେ ବାକି ଜମି ଯେମିତି ଆପେ ଆପେ ଗୋଡ଼ତଳକୁ ଆସିବ । ନିଜର ଜମି ହରାଇବା ଆଶଂକାରେ ଚିନ୍ତିତ ଗାଁଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କଲାପରେ ମାପଚୁପ ଜାରି ରହିଛି। ଗତକାଲି ଚତୁର୍ଥ ଥର ପାଇଁ ଖୋର୍ଦ୍ଧା ପ୍ରଶାସନର ୭ ଜଣିଆ ଟିମ ପୋଲିସ ଉପସ୍ଥିତିରେ ସାରୁଅ ଯାଇ ମାପଚୁପ କରିଛନ୍ତି । ଟିମ୍‌ରୁ କିନ୍ତୁ ବାଦ ପଡ଼ିଛନ୍ତି ବିବାଦୀୟ ବେଗୁନିଆ ତହସିଲଦାର ।

ଓଟିଭି ମାଲିକାଣୀଙ୍କ ଜମି ହଡ଼ପର ଥିଓରୀ 

ମାଲିକାଣୀଙ୍କ ପ୍ଲାନ ବିଷୟରେ ପାଟି ନଖୋଲି ରହିପାରିବେନି  । ସାରୁଅ ଅଞ୍ଚଳର ନକ୍ସା ତାର ପ୍ରମାଣ  । ନକ୍ସାରେ ସ୍ପଷ୍ଟ ଦେଖାଯାଇଛି ଯେ, ସବୁଜ ରଙ୍ଗର ଏକର ଏକର ଜମି ମ୍ୟାଡାମ ଜଗିମଙ୍ଗତ ପଣ୍ଡାଙ୍କର  । ବାକି କମଳା ରଙ୍ଗ ଚିହ୍ନିଟ ପ୍ଲଟ ସବୁ ଗାଁ ଲୋକଙ୍କର  । ଏମିତି ବାଗରେ ଜମି କିଣାଯାଇଛି ଯେ ଗାଁ ଲୋକ ଆପେ ସବୁ ଜମି ଯେମିତି ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେବେ । ମ୍ୟାଡାମଙ୍କ ଜମି ମଝିରେ ରହିଯାଇଥିବା ହାତଗଣତି କିଛି ବିଲବାଡି ଏବେ ବଳି ପଡିବା ଅପେକ୍ଷାରେ  । ସେଠାରେ ତରଙ୍ଗ ଅଫିସକୁ ଯାଇଛି ଗୋଚର ରାସ୍ତା  । ଅଫିସ ପଛପଟେ ଥିବା ପ୍ଲଟଟି ପୋଖରୀ ହୋଇଥିବାବେଳେ ପାଚେରୀ ଯୋଗୁଁ ଲୋକ ଯାଇପାରୁନାହାଁନ୍ତି  । ବାପା ଭାଇଙ୍କ ବଳରେ ଏପରି ସବୁଠି ହଡ଼ପର ଷଡ଼ଯନ୍ତ୍ର ରଚିଛନ୍ତି ଓଟିଭି ମାଲିକାଣୀ । ଜମି କିଣା ଯାଇଛି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ । ମାଲାକାନାସତ୍ତ୍ୱ ରଖିଛନ୍ତି ଶିବପ୍ରସାଦ ଶ୍ରୀଚନ୍ଦନ । ଯିଏ କି ଜଗିଙ୍କ ଭାରି ବିଶ୍ୱସ୍ତ । ଏହି କଂପାନୀ ହେଉଛି ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଆଉ ଏକ ସଂସ୍ଥା । ଏପରିକି ଚଞ୍ଚକତା କରି ଆଦିବାସୀ ହରିଜନଙ୍କ ଜମି ମଧ୍ୟ ହଡପ କରିଛନ୍ତି ମ୍ୟାଡାମ ।

ସେପଟେ ଓଟିଭି ଜମି କେଳେଙ୍କାରୀ ମାମଲାରେ ସାରୁଅରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚତୁର୍ଥ ଦିନ ଲାଗି ଜମି ମାପଚୁପ କରିଛି । ସାତ ଜଣିଆ ଏକ ଟିମ ଆଜି ସାରୁଅରେ ଜମି ମାପଚୁପ କରି ଫେରିଛି  । ସାରୁଅ ମୌଜାର ୧୮୨୯ ନଂ ପ୍ଲଟର ଚାରିପଟ ସୀମାକୁ ଅମିନ ମାପ ଚୁପ କରିଛନ୍ତି  । ଏହି ଜମିରେ ଜଗି ମ୍ୟାଡାମ ଠିଆ କରିଛନ୍ତି ବିରାଟ ପାଚେରୀ  । ଅଭିଯୋଗ କରିଥିବା ହାଲୁରି ପାହାଡ଼ସିଂ, ଏବଂ ସନାତନ ପାହାଡ଼ସିଂ ଉପସ୍ଥିତ ଥିଲେ ।

ପକ୍ଷପାତିତା ଅଭିଯୋଗ ପରେ ବେଗୁନିଆ ତହସିଲଦାରଙ୍କୁ ଏଥିରେ ସାମିଲ କରାଯାଇନଥିଲା । ତେବେ ପ୍ରଶ୍ନ ଉଠୁଛି ସାରୁଅରେ ଏକର ଏକର ଜମି କିଣିବାରେ କିଛି ଅସୁବିଧା ନାହିଁ  । କିନ୍ତୁ ଯେଉଁ ଗାଁଲୋକ ନିଜ ଜମି ବିକ୍ରି କରିବାକୁ ଚାହୁଁନାହାଁନ୍ତି ସେମାନଙ୍କୁ ଅକଳରେ ପକାଇ ଜମି ହାତେଇବାର ହୀନ ଚକ୍ରାନ୍ତ କାହିଁକି ? ଏମିତି ପ୍ରଶ୍ନ ଘେରରେ ଘେରି ହୋଇଛନ୍ତି ଓଟିଭି ପରିଚାଳନା ନିର୍ଦ୍ଦେଶିକା ।

Leave a Reply