ସାରୁଅ ଜମି ଜାଲିଆତି ମାମଲା: ଜଗିଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚରା କରି ଫେରିଲା ପୋଲିସ୍

1 min read

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ OTVର ଜମି ଜାଲିଆତି ଧରା ପଡ଼ିବା ପରେ ଏହାର ଖୋଳତାଡ ଆରମ୍ଭ କରିଛି ଜିଲ୍ଲାପ୍ରଶାସନ  । ବାଘମାରୀ ଥାନାରେ ରଣଧୀର ସିଂଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ କରୁଛି ପୋଲିସ ।  ତଦନ୍ତ ପାଇଁ ଆଜି ପୁଣି ଓଟିଭି ଷ୍ଟୁଡିଓରେ ପହଞ୍ଚିଥିଲା ପୋଲିସ । ଗତକାଲି ଜଗିଙ୍କ ବାପା ରଣଧୀର ସଂହ ପୋଲିସ ତଦନ୍ତରେ ସହଯୋଗ କରିନଥିବାରୁ ଆଜି ଦିନ ୧୧ଟାରେ ପୁଣି ପଚରାଉଚରା ପାଇଁ ଲଟ୍‌କା ଲଗାଇଥିଲା ପୋଲିସ ।

ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟୁଡିଓରେ ପହଞ୍ଚିଥିଲା ପୋଲିସ । ଆଜି ଜଗିଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚରା କରିଛି ଖୋର୍ଦ୍ଧା ପୋଲିସ  । ସ୍ୱଳ୍ପ ସମୟ ପାଇଁ ତଦନ୍ତରେ ସହଯୋଗ କରିଛନ୍ତି ଜଗିଙ୍କ ବାପା ରନ୍ଧିର ସିଂ । ଶାରୀରିକ ଅସୁସ୍ଥତା ଯୋଗୁଁ ଅଧିକ ପଚରାଉଚରା କରିପାରି ନଥିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା SDPO ସୁଶୀଲ ମିଶ୍ର ।

Illegal Boundary Constructed By OTV In Sarua Demolished By Khordha Dist Administration

ସେପଟେ ଗତକାଲି ମଲ୍ଲିକ ସାହିରେ OTV କରିଥିବା ମହିଳା ସମିତି କାର୍ଯ୍ୟାଳୟର ବେଆଇନ ପାଚେରିକୁ ଭାଙ୍ଗି ଦେଇଛି । ଗତ ଫେବ୍ରୁଆରୀ ମାସରେ ମହିଳା ସମିତି ଜରିଆରେ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇ ଜମି କିଣିଥିଲା OTV । ହେଲେ ନିର୍ମାଣ କାମ ସରିବା ପରେ, ଅଫିସରେ ତାଲା ମାରିଦେଇ ଉଭାନ ହୋଇଯାଇଥିଲା। ଆଉ ଲୋକଙ୍କ ପ୍ରବେଶ ନିଷେଧ ପାଇଁ କୋଠା ଚାରିପଟେ ବୁଲାଇ ଦେଇଥିଲା ପାଚେରୀ । ଏପରିକି ଜମି ହଡ଼ପ ପାଇଁ ପୋଖରୀ ବି ଘେରାବନ୍ଦୀ କରାଯାଇଥିଲା। ଫଳରେ ଚାଷ ଜମିକୁ ପାଣି ଗଲାନି । ପାଣି ବି ଦୂଷିତ ହେଲା । ପଡିଆ ପଡିଲା ଜମି । ଏ ନେଇ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଥିଲେ ମଲ୍ଲିକସାହି ଲୋକେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ ପାଚେରିକୁ ଭାଙ୍ଗିଛି ପ୍ରଶାସନ।

Leave a Reply