ଷଷ୍ଠ ଦିନରେ ସାରୁଅ ଧାରଣା, ୫ ଦଫା ଦାବିରେ ଓଟିଭି ଷ୍ଟୁଡିଓ ଆଗରେ ପଡିରହିଛନ୍ତି ଠିକା କମର୍ଚାରୀ

ଭୁବନେଶ୍ୱର: ଷଷ୍ଠ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ । ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା ।

ସେପଟେ ସାରୁଅ ଜମି ଜାଲିଆତି ମାମଲାରେ ଓଡ଼ିଶା ଇନଫ୍ରାଟେକ୍‌ର ପୂର୍ବତନ ଟଲ୍ ମ୍ୟାନ୍ ବିଭୁପ୍ରସାଦ ରଥଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ୩ ଘଣ୍ଟାଧରି ଜେରା କରିଥିଲା । ଜେରାରୁ ବାହାରିବା ପରେ ବିଭୁ କହିଥିଲେ, କ୍ରାଇମବ୍ରାଞ୍ଚକୁ ଜେରାରେ ସଂପୂର୍ଣ୍ଣ ସହଯୋଗ କରିବି । ଏହି ଘଟଣାରେ ପୂବର୍ରୁ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ।

ଏହି ଦୁଇ କର୍ମଚାରୀଙ୍କ ଗତକାଲି ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବା ବେଳେ ତାହା ଆସନ୍ତା ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି  । କେବଳ ସେତିକି ନୁହେଁ, ମାମଲାରେ ପକ୍ଷଭୁକ୍ତ ସମସ୍ତ ୨୨ଜଣ କ୍ଷତିଗ୍ରସ୍ତଙ୍କୁ ନୋଟିସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ।

Leave a Reply