ଆଜି ବି ହାଜର ହେଲେନି ଓଟିଭି ଏମଡି… ମହିଳା କମିଶନ ପାଖକୁ ପଠାଇଦେଲେ ଓକିଲ ଓ ପିଆରଓ

ଭୁବନେଶ୍ୱର: ପୀଡିତାଙ୍କୁ କେମିତି ମିଳିବ ନ୍ୟାୟ? କାରଣ ରାଜଧାନୀ ନାବାଳିକା ଗଣଦୁର୍ଷ୍କମ ମାମଲାରେ ଯାହା ଜଣାପଡୁଛି ପୀଡିତାଙ୍କୁ ନ୍ୟାୟ ଦେବାକୁ ଆଗ୍ରହୀ ନୁହଁନ୍ତି ଓଟିଭି ଏମଡି । ଆଜି ବି ସେ ହାଜର ନହୋଇ ପ୍ରତିନିଧି ପଠାଇ ଦେଇଛନ୍ତି  । ଏଥିପାଇଁ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅସ୍ତ୍ର କରିଛନ୍ତି । ତେବେ ମହିଳା କମିଶନଙ୍କ ସମନରେ ଆଜି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ଓକିଲ ଓ ପିଆରଓ ହାଜର ହୋଇଛନ୍ତି ।

ସୂଚନା ଅନୁସାରେ ମହିଳା କମିଶନ ଉଭୟ ପକ୍ଷଙ୍କୁ ନେଇ ଆଜି ଶୁଣାଣି କରିପାରନ୍ତି । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ଗଣଦୁର୍ଷ୍କମ ଘଟଣା ନେଇ ଓଟିଭି ଏମ୍‌ଡିଙ୍କ ପାଖରେ ଅଭିଯୋଗ କରିବା ପରେ, ସେ କଣ ପଦକ୍ଷେପ ନେଇଥିଲେ ସେନେଇ ପଚାରିବେ କମିଶନ । ଗତ ୧ ତାରିଖରେ ହାଜର ହେବା ପାଇଁ ଭୁବନେଶ୍ୱର ଡିସିପିଙ୍କ ଜରିଆରେ ସମନ କରିଥିଲେ ମହିଳା କମିଶନ । ତେବେ ବ୍ୟକ୍ତିଗତ ଭାବେ ହାଜର ନହେବାକୁ ଓଟିଭି ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ବ୍ୟକ୍ତିଗତ ଭାବେ ହାଜର ନହୋଇ ପ୍ରତିନିଧି ପଠାଇ ପାରିବେ ବୋଲି କହିଥିଲେ ହାଇକୋର୍ଟ । କିନ୍ତୁ କିଏ ହାଜର ହେବେ ଓ  କିଏ ଅଥ୍‌ରାଇଜ୍‌ଡ ପର୍ସନ, ସେନେଇ ଲିଖିତ ଆକାରରେ କମିଶନକୁ ଜଣାଇବେ । କିନ୍ତୁ ଓଟିଭି ଏମ୍‌ଡି ଲିଖିତ ଭାବେ ନଜଣାଇ ପିଆରଓଙ୍କୁ ପଠାଇଥିଲେ । ଫଳରେ ଶୁଣାଣି ହୋଇ ପାରିନଥିଲା ।

 

Leave a Reply