spot_img

Latest Posts

ଶ୍ରମ କାର୍ଯ୍ୟାଳୟରେ ହାଜର ହେଲେ ଓଟିଭିର ଏଚଆର ମୁଖ୍ୟ

ଭୁବନେଶ୍ୱର: ଓଟିଭିର ଠିକା କର୍ମଚାରୀ ସଂପର୍କୀତ ଶ୍ରମ ବିଭାଗର ନୋଟିସ ନେଇ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି ।  ଏଚଆର ମୁଖ୍ୟ ପାର୍ଥ ନନ୍ଦି ଶ୍ରମ କାର୍ଯ୍ୟାଳୟରେ ହାଜର ହୋଇ ଶ୍ରମିକ ସଂପର୍କରେ ତଥ୍ୟ ରଖିଥିବା ସୂଚନା ମିଳିଛି । ପାର୍ଥଙ୍କ ସହ ଆଉ ଜଣେ ଅଧିକାରୀ ମଧ୍ୟ ଶ୍ରମ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଓଟିଭି କର୍ତ୍ତୃପକ୍ଷ ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ସାରୁଅ ଷ୍ଟୁଡିଓ ସମେତ ଅନ୍ୟ କେଉଁଠି କେଉଁଠି କେତେ ଠିକାଦାର ବା ଠିକା ସଂସ୍ଥାକୁ ନିୟୋଜିତ କରିଛି ? ଉକ୍ତ ଠିକସଂସ୍ଥା ଜରିଆରେ କେତେଜଣ ଶ୍ରମିକ ନିୟୋଜିତ ଅଛନ୍ତି ? ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ହୋଇଥିଲା  ।

ଏହି ତଥ୍ୟ ପ୍ରଦାନ ପାଇଁ ଶ୍ରମ କାର୍ଯ୍ୟାଳୟକୁ ଦୁଇ ଜଣ ଯାକ ଆସିଥିବା ଅନୁମାନ କରାଯାଉଛି । ଆସନ୍ତା ୨୭ତାରିଖ ସୁଦ୍ଧା ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଏହି ନୋଟିସର ମହଲତ ଶେଷ ହେଉଛି । ତା ପୂର୍ବରୁ ଆଜି ଓଟିଭି ଏଚଆର ହେଡ ପାର୍ଥ ନନ୍ଦି ଓ ଅନ୍ୟ ଜଣେ ଅଧିକାରୀ ଶ୍ରମ କାର୍ଯ୍ୟାଳୟରେ ହାଜର ହୋଇ ତଥ୍ୟ ରଖିଥିବା ଅନୁମାନ କରାଯାଉଛି  ।

ସେପଟେ ସାରୁଅ ଷ୍ଟୁଡିଓ କର୍ମଚାରୀଙ୍କ ୫ଦଫା ଦାବିରେ ଚାଲିଥିବା ଆନ୍ଦୋଳନ ୨୫ଦିନରେ ପହଁଚିଲାଣି । ଶ୍ରମ ବିଭାଗର ମଧ୍ୟସ୍ଥତାରେ ଆସନ୍ତା ୨୬ତାରିଖରେ ହେବାକୁ ଥିବା ଚୂଡାନ୍ତ ମିଳିତ ଆଲୋଚନା ଆସନ୍ତା ୨୭ତାରିଖକୁ ଘୁଞ୍ଚିଛି ।  ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଆସନ୍ତା ୨୭ତାରିଖ ଗୁରୁବାର ଦିନ ଭୁବନେଶ୍ୱର ଡିଭିଜିନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟରେ ଦୁଇଟି ପର୍ଯ୍ୟାୟରେ ହେବ ପୃଥକ ପୃଥକ ଆଲୋଚନା। ଦିନ ୧୧ଟା ସମୟରେ ଅସ୍ଥାୟୀ କର୍ମଚାରୀଙ୍କ ୫ଦଫା ଦାବିକୁ ନେଇ ହେବ ଚୂଡାନ୍ତ ଆଲୋଚନା। ଏଥିପାଇଁ ଉଭୟ ପକ୍ଷଙ୍କୁ ଶ୍ରମ ବିଭାଗ ପକ୍ଷରୁ ଦିଆଯାଇଛି ସାନି ନୋଟିସ। ସେହିଭଳି ଅପରାହ୍ନ ୨ଟା ୩୦ମିନିଟରେ ସାରୁଅ ଷ୍ଟୁଡ଼ିଓରେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ୯ଜଣ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଦାବି ଉପରେ ହେବ ଆଲୋଚନା। ଏଥିପାଇଁ ଓଟିଭି କର୍ତ୍ତୃପକ୍ଷଙ୍କ ସମେତ ସମ୍ପୃକ୍ତ ଠିକାଦାର ବା ଠିକା ସଂସ୍ଥା, ୯ଜଣ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ମଧ୍ୟରେ ଶ୍ରମ ଅଧିକାରୀଙ୍କ ମଧ୍ୟସ୍ଥତାରେ ହେବ ଆଲୋଚନା। ଏଥିପାଇଁ ମଧ୍ୟ ସମସ୍ତ ପକ୍ଷଙ୍କୁ ଦିଆଯାଇଛି ନୋଟିସ।

Latest Posts

Don't Miss