spot_img

Latest Posts

ଆନ୍ଦୋଳନରତ ଠିକା କର୍ମଚାରୀଙ୍କୁ ଧମକାଇବା ମାମଲା: ଜାମିନ ଆବେଦନ ଖାରଜ

ସାରୁଅ: ଓଟିଭିର ଠିକା କର୍ମଚାରୀଙ୍କୁ ଧମକ ଚମକ, ମାରଧର ମାମଲା । ଓଟିଭି କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟଙ୍କ ଜାମିନ ଆବେଦନ ଖାରଜ ।  ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ଏସ୍‌ସି,ଏସଟି ସ୍ପେଶାଲ କୋର୍ଟ। ଗତ ଅକ୍ଟୋବର ୩୧ ତାରିଖରୁ ଉଭୟ କର୍ମଚାରୀ ଜେଲ ରେ ଅଛନ୍ତି।

ଧମକ ଚମକ ଦେଇ ଠିକା କର୍ମଚାରୀଙ୍କୁ ବିଦା କରିଥିବା ଅଭିଯୋଗରେ ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀ ଧାରଣା ଦେଇଥିଲେ । ଦୀର୍ଘ ୯ ଦିନ ଧରି ଏହି ଧାରଣା ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବାକୁ ଅପଚେଷ୍ଟ କରାଯାଇଥିଲା । କିଛି କର୍ମଚାରୀଙ୍କ  ଦ୍ୱାରା ଧାରଣା ବନ୍ଦ କରିବାକୁ କୁହାଯାଇଥିଲା । ଏ ନେଇ ଅଭିଯୋଗ ପରେ ସଂସ୍ଥାର ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତରାୟ ଓ ସୁପର ଭାଇଜର ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ ।

ଠିକା କର୍ମଚାରୀଙ୍କୁ ବାହାର କରିଦେବା, ଜୀବନରେ ମାରିଦେବା, ଜାତିଆଣ ମନ୍ତବ୍ୟକୁ କେନ୍ଦ୍ର କରି ଧମକ ଚମକ ଦେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ଘଟଣାରେ ଦୁଇ କର୍ମଚାରୀଙ୍କ ନାଁରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବରୁ ଦଳିତଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେର ମହିଳା ବିକାଶ ସମିତିର ସଭାପତି ଓ ସଦସ୍ୟା ନିଜ ପଦରୁ ଇସ୍ତଫା ଦେଇଥିଲେ । ଠିକ ସେହିପରି ବେଆଇନ ଜମିରୁ ଜବରଦଖଲ ଉଚ୍ଛେଦ କରିଥିଲା ଖୋର୍ଦ୍ଧା ପ୍ରଶାସନ । ଏଥିସହ ଓଟିଭି ଏମଡି ଜଗି ମଙ୍ଗଦ ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କୁ ପଚରାଉଚରା କରିଥିଲା ବାଘମାରୀ ଥାନା ପୋଲିସ ।

Latest Posts

Don't Miss