ସାରୁଅ ଜମି କେଳେଙ୍କାରୀ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ଓଟିଭିର ଚିଫ୍ ଫାଇନାନ୍ସିଆଲ ଅଫିସର….

1 min read

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ୨ ଦିନିଆ ରିମାଣ୍ଡରେ ଗଲେ ଓଡିଶା ଇନଫ୍ରାଟେକ ଲିମିଟେଡ୍ ନିର୍ଦ୍ଦେଶ ତଥା ଓଟିଭିର ଚିଫ୍ ଫାଇନାନ୍ସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀ  । ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ଗିରଫ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲୁ  । ଏବେ ଏହି କ୍ରମରେ ୨ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

  ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ ଘଟଣାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ EOW ଏନେଇ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜେରା କରିଥିଲା । ପ୍ରାଥମିକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇପିସି ଧାରାର ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ଖ ଲାଗିଛି  ।

ଏସସି/ଏସଟି ଆକ୍ଟର ୩ (୧) (ଜି) (କ୍ୟୁ) ଧାରାରେ ମାମଲା ହୋଇଥିଲା । ସାରୁଅରେ ହାଲୁରୀ ପାହାଡ଼ସିଂଙ୍କ ଠାରୁ ଓଡ଼ିଶା ଇନ୍‌ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ହାଲୁରୀ ପାହାଡ଼ସିଂ ଅନୁସୂଚିତ ଜାତି ବର୍ଗର । ତାଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି । ସ୍ୱଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ଓଟିଭି ଦର୍ଶାଇଥିଲା । ଗରିବ ଅନୁସୂଚିତ ଜାତିର ଲୋକଙ୍କ ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା ।

ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଗତ ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା । ଶେଷରେ ଗତକାଲି ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ନିର୍ଦ୍ଦେଶକ ତଥା ଓଟିଭିର ଚିଫ୍‌ ଫାଇାନାନ୍‌ସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତକ ଅପରାଧ ଶାଖା ଗିରଫ କରିଛି ।

Leave a Reply