ଆଜି ଦିନ ତିନିଟାରେ ଶ୍ରମ ବିଭାଗରେ ହାଜର ହେବେ ଓଟିଭି ଏବଂ ଠିକା କର୍ମଚାରୀ

ଖୋର୍ଦ୍ଧା: ସାରୁଅ ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ଆସିଛି ନୂଆ ମୋଡ । ଆଜି ଦିନ ତିନିଟାରେ ହାଜର ହେବାକୁ ଉଭୟ ପକ୍ଷଙ୍କୁ ନୋଟିସ କରିଛି ଶ୍ରମ ବିଭାଗ । ଠିକା ଶ୍ରମିକଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ମଜୁରୀ ସଂପର୍କୀତ ଦାବି ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବାକୁ ବିଭାଗ ନୋଟିସ୍ କରିଛି  । ପୂର୍ବରୁ ଶ୍ରମିକଙ୍କ ଦାବିକୁ ଆଧାର କରି ଓଟିଭି କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ନୋଟିସ କରିଥିଲା । ନୋଟିସର ଜବାବ ଓଟିଭି କର୍ତ୍ତୃପକ୍ଷ ରଖିଥିଲେ ମଧ୍ୟ ତାହା ଆଦୌ ସନ୍ତୋଷଜନକ ନଥିଲା ବୋଲି କହିଛନ୍ତି ଡିଭିଜିନାଲ ଲେବର କମିଶନର । ଫଳରେ ପୁଣି ଶ୍ରମ ବିଭାଗ ଉଭୟ ପକ୍ଷଙ୍କୁ ସାନି ନୋଟିସ ଜାରି କରିଥିଲେ ।

ସେପଟେ ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗରେ କୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଓଡ଼ିଶୋ ପୋଲିସ ହେପାଜତରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କର ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ଏଥି ସହିତ ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଦେଇଥିବା ରାୟ ସଂରକ୍ଷିତ ରଖାଯାଇଛି । ଏହି ରାୟ ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରକାଶ ପାଇବ ।

ଏଠାରେ ଉଲ୍ଲେଖଯୋଗ୍ୟ, ୭ଜଣ ଜମିହରାଙ୍କ ପକ୍ଷରୁ ଲଢୁଥିବା ଓକିଲ ସିଦ୍ଧାର୍ଥ ଦାସଙ୍କ ସୂଚନାନୁଯାୟୀ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ସଂପୃକ୍ତି ଥିବାରୁ ଜାମିନକୁ ବିରୋଧ କରାଯାଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ତଥା ଅନୁସୂଚିତ ଜାତି(ଏସସି)ବର୍ଗର ବ୍ୟକ୍ତିବିଶେଷଙ୍କ ସହ ସଂପୃକ୍ତ ଥିବାରୁ ଜାମିନ ନ ଦେବାକୁ କୋର୍ଟରେ ଆବେଦନ କରାଯାଇଥିଲା । ଗତକାଲି ସାରୁଅ ଅଞ୍ଚଳର ନୋଟିସ ହୋଇଥିବା ୨୨ ଜମି ବିକ୍ରେତା ମଧ୍ୟରୁ ବଳକା ୭ ଜଣ ମଧ୍ୟ କୋର୍ଟ ନିକଟରେ ନିଜର ପକ୍ଷ ରଖିଲେ ।

Leave a Reply