ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ୍ରେ ପାକିସ୍ତାନ ଲିଙ୍କ୍ ମାମଲାରେ ଆସାମରୁ ଗିରଫ ଆଉ ଜଣକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ। ଅଭିଯୁକ୍ତ ଜଣକ ହେଲା ଇକ୍ବାଲ ହୁସେନ୍ । ଆସାମର ସ୍ଥାନୀୟ କୋର୍ଟରେ ଇକ୍ବାଲ୍କୁ ହାଜର କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ତାକୁ ଓଡ଼ିଶା ଆଣିଛି ଏସଟିଏଫ୍।
ଇକ୍ବାଲ ହୁସେନର ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନା ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଳୁରୁରେ ରହୁଥିଲା। କିଛିଦିନ ତଳେ ଘରକୁ ଫେରିଥିଲା ଇକବାଲ। ସ୍ଥାନୀୟ ପୋଲିସ ସହାୟତାରେ ଏସଟିଏଫ୍ ଟିମ୍ ତାକୁ ତା’ ଘରୁ ଉଠାଇଆଣିଥିଲା। ଏସଟିଏଫ୍ ସନ୍ଦେହ କରୁଛି, ପାକିସ୍ତାନର ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କରେ ଥିଲା ଇକବାଲ। ହ୍ବାଟସଆପ୍ ଓ ଟେଲିଗ୍ରାମରେ ନକଲି ଆକାଉଣ୍ଟ ଓଟପି ଦେଇଥିଲା। ପୂର୍ବରୁ ପଠାଣି ଓ ଅଭିଜିତ ସଞ୍ଜୟ ଜାମ୍ବୁରେ ଗିରଫ ପରେ ମୋବାଇଲ ସୁଇଚ ଅଫ କରିଥିଲା ଅବଦୁଲ । ସେ ୩୭ଟି ମୋବାଇଲ ଓ ୫ ଶହ ସିମ୍ ବ୍ୟବହାର କରୁଥିଲା ।
ଗତ ୨ ବର୍ଷ ହେଲା ସେ ଓଟିପି, ହ୍ବାଟସଆପ ଟେଲିଗ୍ରାମ ସେୟାର କରି ମାସକୁ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜ ରୋଜଗାର କରୁଥିବା ଏସଟିଏଫ୍ ଆଗରେ ଅବଦୁଲ ସ୍ୱୀକାର କରିଛି। ଏପରିକି ତା’ ଗାଁ ଲୋକମାନେ ସାଇବର ଅପରାଧରେ ସମ୍ପୃକ୍ତ ଅଛନ୍ତି। ସିମ୍ ବ୍ୟବହାର କରି ଗାଁ ଲୋକ ପୋଖରୀକୁ ଫିଙ୍ଗି ଦେଉଥିବା ଇକବାଲ ସୂଚନା ଦେଇଛି ।

