ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା, ବନ୍ଧାହେଲେ ଓଟିଡିସି ନିମନ୍ତ୍ରଣର ମ୍ୟାନେଜର

ଭୁବନେଶ୍ୱର: ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ । ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ ।

ଅଡିଟ ବେଳେ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି ସହିଦନଗର ଥାନା ପୋଲିସ । ସରକାରୀ ଅର୍ଥ ଆତ୍ମସାତ କରିଥିବାରୁ ସ୍ୱତନ୍ତ୍ର ଆଇନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏମାନଙ୍କ ସହ ଏହି କାର୍ଯ୍ୟରେ ଆଉ କେହି ସାମିଲ ଥିଲେ ନା କେବଳ ଦୁଇଜଣ ଅର୍ଥ ହଡପ କରିଛନ୍ତି ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।