ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ
1 min read
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷକ ଚାକିରି ଆଶାୟୀଙ୍କ ଆପେକ୍ଷାର ଅନ୍ତ ଘଟିଲା । ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ ପେପର-୨ରେ ମୋଟ୍ ୬୫ହଜାର ୧୦୬ଜଣ ପରୀକ୍ଷା ଦେଇଥିଲେ ।