ମାର୍ଚ୍ଚ ମାସର ନିଯୁକ୍ତି କ୍ୟାଲେଣ୍ଡର ଜାରି କଲା OSSC: ଚଳିତ ମାସରେ କେଉଁ କେଉଁ ପରୀକ୍ଷା ହେବ?

1 min read

ଭୁବେନଶ୍ବର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ମାର୍ଚ୍ଚ ମାସ ୨୦୨୫ର ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ଚଳିତ ମାସରେ କେଉଁ କେଉଁ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ, ତାହା OSSC ଓ୍ବେବସାଇଟରେ ଜାରି କରାଯାଇଛି । ବିଭିନ୍ନ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଓ୍ବେବସାଇଟକୁ ଯାଇ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । କେଉଁ ତାରିଖରେ କେଉଁ ପରୀକ୍ଷା ଅନୁଷ୍ଠିତ ହେବ, ତା’ର ସଠିକ୍ ତାରିଖ ପରବର୍ତ୍ତୀ ସମୟରେ ଅଲଗା ଭାବେ ଜାରି କରାଯିବ ।

– ଚଳିତ ମାସ ୧୬ ତାରିଖରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

– ୨୩ ତାରିଖରେ ଲିଭ ଟ୍ରେନିଂ ରିଜର୍ଭ (LTR) ଶିକ୍ଷକ, ୨୦୨୪ ନିଯୁକ୍ତିର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ।

– ୨୯ ଓ ୩୦ ତାରିଖରେ ଗ୍ରୁପ- ବି ଓ ଗ୍ରୁପ-ସି ରାଜ୍ୟ କ୍ୟାଡର ପଦ/ସେବା, ୨୦୨୪ ପାଇଁ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତିର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

– ୧୮ ତାରିଖ ପରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (NTC/NAC), ୨୦୨୪ର ପ୍ରାକ୍ଟିକାଲ / ଟ୍ରେଡ ଟେଷ୍ଟ ହେବ ।

– ମାସର ଚତୁର୍ଥ ସପ୍ତାହରେ STA, ୨୦୨୪ ଅଧିନସରେ ଟ୍ରାଫିକ କନଷ୍ଟେବଳ ଫିଜିକାଲ ମେଜରମେଣ୍ଟ ଓ ଫିଜିକାଲ ଟେଷ୍ଟ କରାଯିବ ।