OSSC JE MAIN ପରୀକ୍ଷା ପ୍ରଶ୍ନପତ୍ର ଡିଲ୍ ମାମଲା; ପୁଣି ୮ ଦଲାଲ ଗିରଫ

1 min read

ଭୁବନେଶ୍ୱର: OSSC JE MAIN ପରୀକ୍ଷା ପ୍ରଶ୍ନପତ୍ର ଡିଲ୍ ମାମଲା । ପୁଣି ୮ ଜଣ ଦଲାଲଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ । ଗିରଫଙ୍କ ମଧ୍ୟରେ ୩ ଜଣ ଶିକ୍ଷକ ଅଛନ୍ତି । ପୂର୍ବରୁ ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ୧୭ ଜଣଙ୍କୁ ରାଜ୍ୟ ବାହାରରୁ ଗିରଫ କରିଛି ବାଲେଶ୍ବର ପୋଲିସ । ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ବିହାରର ବିଶାଲ କୁମାର ଚୌରଶିଆ । ରାଜ୍ୟ ବାହାରେ ପ୍ରଶ୍ନପତ୍ର ପ୍ରିଣ୍ଟ ହେଉଥିବା ପ୍ରେସରେ ଶ୍ରମିକ ଭାବେ କାମ କରୁଥିଲା ବିହାରର ବୀରେନ୍ଦ୍ର ସିଂ ପାଶଓ୍ବାନ ।

ବୀରେନ୍ଦ୍ରର ଭାଇ ମାଧ୍ୟମରେ ବୀରେନ୍ଦ୍ର ସହ ଗତ ୨ ମାସ ତଳେ ସମ୍ପର୍କ ଯୋଡ଼ିଥିଲା ବିଶାଲ । ପ୍ରେସରେ ଛପା ହେଉଥିବା ଯେକୌଣସି ପ୍ରଶ୍ନପତ୍ର ଲିକ୍ କରିବାକୁ ବୀରେନ୍ଦ୍ର ଓ ବିଶାଲ ମଧ୍ୟରେ ଡିଲ୍ ହୋଇଥିଲା । ଗତ ୧୧ତାରିଖରେ ଜେଇ ମେନ ସିଭିଲ ପ୍ରଶ୍ନପତ୍ର ପ୍ରିଣ୍ଟ ହେଉଥିବା ଜାଣି ବୀରେନ୍ଦ୍ର ଏହାକୁ ଲିକ୍ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ରାଜ କୁମାର ଓ ଏମ. ଡିକେ ସିଦ୍ଦିକ୍ ପୂର୍ବରୁ ଏପରି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିଲେ ।

୨୦୧୩-୧୪ ମସିହାରେ ମଧ୍ୟପ୍ରଦେଶ ପବ୍ଲିକ ସର୍ଭିସ କମିଶନ ଏବଂ ୨୦୨୨ରେ ବିହାର ପବ୍ଲିକ ସର୍ଭିସ କମିଶନର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ଉଭୟ ଗିରଫ ହୋଇଥିଲେ । ଫାଇନାଲ୍ ପ୍ରଶ୍ନପତ୍ର ଛପାହେବା ପରେ ଏହାକୁ ଲିକ୍ କରୁଥିଲେ ଅଭିଯୁକ୍ତ । ଚାକିରି ଆଶାୟୀଙ୍କୁ ପ୍ରଶ୍ନପତ୍ର ଦେବାକୁ ଅରଜିନାଲ ସାର୍ଟିଫିକେଟ ବନ୍ଧା ରଖୁଥିଲେ । ପରୀକ୍ଷା ସରିବା ପରେ ପ୍ରଶ୍ନକୁ ମେଳାଇବା ସହ ଅଧା ଟଙ୍କା ନେଇ ସାର୍ଟିଫିକେଟ ଫେରାଉଥିଲେ । ପରେ ଫଳ ପ୍ରକାଶ ପରେ ବାକି ଟଙ୍କା ନେଉଥିଲେ ।