ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ପରେ ପ୍ରିଲିମ ପରୀକ୍ଷା ବାତିଲ୍ କଲା OSSC

1 min read

ଭୁବନେଶ୍ୱର: ପ୍ରିଲିମ ପରୀକ୍ଷା ବାତିଲ୍ କଲା OSSC । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ କରିଛି OSSC । ମୁଦ୍ରଣଜନିତ ତ୍ରୁଟି ପାଇଁ ପ୍ରଶ୍ନପତ୍ରରେ ହୋଇଥିଲା ତ୍ରୁଟି । ପରବର୍ତ୍ତୀ ପରୀକ୍ଷା ନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ତେବେ ପରୀକ୍ଷା ବାତିଲ୍ ନେଇ ଦୁଃଖ ପ୍ରକାଶ କରିଛନ୍ତି OSSC । OSSC ପକ୍ଷରୁ ରବିବାର ଅନୁଷ୍ଠିତ ଆକାଉଣ୍ଟାଣ୍ଟ ପରୀକ୍ଷା ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରକୁ ନେଇ ମୁଦ୍ରଣ ତ୍ରୁଟି ଦେଖାଦେଇଥିଲା ।

ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢି ବୁଝିବାରେ ସମ୍ଭବପର ହୋଇନଥିଲା । ଏନେଇ ଅଭିଯୋଗ ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ କରିଛି OSSC । ଗତକାଲି ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଏମଆର ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା ।