କୁମ୍ଭମେଳାକୁ ଓଡ଼ିଶାରୁ ବସ୍ ସେବା ବାତିଲ କଲା OSRTC
1 min readଭୁବନେଶ୍ବର: କୁମ୍ଭମେଳା ପାଇଁ OSRTC ପକ୍ଷରୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରାଯାଇଥିଲା । ଯାହାକୁ ବାତିଲ କରି ଦିଆଯାଇଛି । ଆସନ୍ତା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ବସ୍ ସେବା ବାତିଲି କରାଯାଇଛି । କୁମ୍ଭମେଳାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ OSRTC ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି ମୌନି ଅମାବାସ୍ୟାରେ କୁମ୍ଭମେଳାରେ ଦଳାଚକଟା ଘଟିଥିଲା । ଦଳାଚକଟାରେ ୩୦ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । ଏପରି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି OSRTC ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ବସ୍ ସେବା ବାତିଲ କରାଯାଇଛି ।