୬୬ ଟି ରୁଟ୍‌ରେ ଗଡିବ ବସ୍‌… ପ୍ରଥମ ପର୍ଯ୍ୟାୟରେ ୯୬ଟି ବସ୍‌କୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଅଣାୟତ କରୋନା ସ୍ଥିତି । ରାଜ୍ୟରେ ପ୍ରତିଦିନ ପୂର୍ବ ରେକର୍ଡ ଭାଙ୍ଗୁଛି କରୋନା । ତେବେ ଧିରେ ଧିରେ ରାଜ୍ୟରେ ବସ୍ ଯାତ୍ରା ନେଇ କୋହଳ କରାଯାଇଛି । ମୋ ବସ ପରେ ଏବେ ଓଏସ୍‌ଆରଟିସି ବସ୍ ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଓଏସ୍‌ଆରଟିସି ବସ୍‌ ସେବା । ୬୬ ଟି ରୁଟ୍‌ରେ ଗଡିବ ବସ୍‌ । ପ୍ରଥମ ପର୍ଯ୍ୟାୟରେ ୯୬ ଟି ବସ୍‌କୁ ନେଇ ସେବା ଯୋଗାଇବ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ । ଏହି ସେବା ଆରମ୍ଭ ଦ୍ଵାରା ରାଜ୍ୟର ୨୨ଟି ସହର ରାଜଧାନୀ ସହ ଯୋଡ଼ିହେବ ବୋଲି ସୂଚନା ଦେଇଛନ୍ତି ଓଏସ୍‌ଆଟିସିର ମୁଖ୍ୟପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ର। ।

ତେବେ ବସ୍‌ରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବସ୍‌ରେ କେହି ଠିଆ ହୋଇ ଯାତ୍ରା କରିବେ ନାହିଁ  । ସିଟ୍‌ ଅନୁଯାଇ ଯାତ୍ରୀଙ୍କୁ ବସ୍‌ରେ ଚଢାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ର। । ଏବେ ରାଜ୍ୟରେ ଖାଲି ସରକାରୀ ବସ୍‌ ଚଳା ଚଳ କରୁଛି । ରାଜ୍ୟ ସରକାର ଘରୋଇ ବସ୍‌ ଗୁଡ଼ିକୁ ଚଲାଇବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବସ୍‌ ଚଲାଇ ନାହାନ୍ତି  । ପୂର୍ବରୁ ବସ୍‌ ଚଲାଇବାକୁ ନାମଞ୍ଜୁର ଥିବା ମାଲିକ ମାନେ ଏବେ ବସ୍‌ ଚଲାଇବାକୁ ରାଜି ହୋଇଥିଲେ ମଧ୍ୟ ଏବେ କର୍ମଚାରୀ ମାନେ ତାଙ୍କ ଜିଦ୍‌ ରେ ଅଟଳ ରହିଛନ୍ତି ।

Leave a Reply