ସ୍ୱାଭିମାନ ଅଞ୍ଚଳ ପଣସପୁଟକୁ ଗଡ଼ିଲା OSRTC ବସ୍‌, ୧୦ ଦିନରେ ପ୍ରତିଶୃତି ପାଳନ

1 min read

ମାଲକାନାଗିରି: କଥା ରଖିଲେ ୫T ସଚିବ । ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇଲା ସ୍ବାଭିମାନ ଅଞ୍ଚଳ । ବହୁ ଦିନର ଦାବି ହେଲା ପୂରଣ, ଗଡ଼ିଲା ବସ୍ । ଦିନେ ଅଞ୍ଚଳବାସୀ ପଣସପୁଟ ଯିବାପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏଣିକି ସୁବିଧାରେ ବସ୍‌ରେ କରିବେ ଯାତାୟତ । ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳ ପଣସପୁଟକୁ ଗଡ଼ିଲା OSRTC ବସ୍‌।

ଆଜି ସକାଳୁ ସାଂସଦ ରମେଶ ମାଝୀ ଓ ବିଧାୟକ ପୁର୍ନବାକା ବାଲିମେଳାରେ ବସ୍ ଚଳାଚଳର ଶୁଭ ଉଦ୍ଘାଟନ କରିଛନ୍ତି । ଏହାପରେ ବସ୍‌ଟି ପଣସପୁଟ ଅଭିମୁଖେ ବାହାରିଛି। ପଣସପୁଟରେ ଦିନ ୧୨ଟାରେ ପହଞ୍ଚିବ । ତାପରେ ପୁଣି ମାଲକାନଗିରି ଆସିବ ।

ନିକଟରେ ୫T ସଚିବ ଭି.କେ ପାଣ୍ଡିଆନ ମାଲକାନଗିରି ଗସ୍ତ କରିଥିଲେ । ସ୍ୱାଭିମାନ ଅଞ୍ଚଳବାସୀ ତାଙ୍କୁ ସାକ୍ଷାତ କରି ବସ୍‌ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ୧୦ ଦିନ ମଧ୍ୟରେ ବସ୍‌ ସେବା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ସଚିବ । ଯାହା ଆଜି ପୂରଣ ହୋଇଛି ।