କାୟା ବିସ୍ତାର କରୁଛି କରୋନା ଭାଇରସ

ଦିନକୁ ଦିନ ଭୟଙ୍କର ହେବାରେ ଲାଗୁଛି କରୋନା ଭାଇରସ । କରୋନା ଭାଇରସ ଯୋଗୁଁ ଚୀନରେ ଏଯାଏଁ ୩୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ  ଏହି ଭୟଙ୍କର ରୋଗରେ ୧୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ବିଶ୍ୱର ୧୮ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି । ଏହି ରୋଗର ନିରାକରଣ ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି । ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି ।

Leave a Reply