spot_img

Latest Posts

ସାଉଦି ଆରବରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ନିବେଦନ

ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବରେ ଫସିଛନ୍ତି କେନ୍ଦ୍ରାପଡ଼ା ରାଜନଗର ଓ ଆଳି ଅଞ୍ଚଳର ଯୁବକ। ୪ ମାସ ତଳେ କାମ କରିବା ପାଇଁ ଯାଇଥିବା ଶ୍ରମିକଙ୍କୁ କମ୍ପାନୀ ଦରମା ନଦେବାରୁ ଖାଇବା ପାଉନାହାନ୍ତି ଶ୍ରମିକ। ଏପରିକି ପିଇବା ପାଣି ମଧ୍ୟ ପାଉନଥିବା ଜଣାପଡିଛି। କମ୍ପାନୀ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ଏହି ଶ୍ରମିକ।

ଫସିଥିବା ଶ୍ରମିକଙ୍କ ମଧ୍ୟରେ ରାଜନଗର ନଗଡ଼ ଗାଁର କ୍ଷୀରୋଦ ପାତ୍ର, ଆଳି ବାଲିସାହି ଗାଁର ବାବୁରାମ ସାହୁ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ୪ ଜଣ ଥିବା ବେଳେ, ବିହାରର ୨ ଜଣ ଥିବା ଜଣାପଡିଛି।

Latest Posts

Don't Miss