ଓଡ଼ିଆ ଝିଅଙ୍କ କମାଲ, ଅପେରା ମିସ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ପ୍ରତିଯୋଗୀତାରେ ଦ୍ୱିତୀୟ ରନର୍ସଅପ୍‌

1 min read
OPera MisIndia Online Contest

ଭୁବନେଶ୍ୱର: ପୁଣି ଜଣେ ଓଡ଼ିଆ ଝିଅଙ୍କ କମାଲ । ଅଷ୍ଟ୍ରେଲିଆରେ ଚମକିଲେ ସମ୍ବଲପୁର ଝିଅ। ସମ୍ବଲପୁର ଝିଅ ଦୀପନ୍ୱିତା ପତି ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧିମତା ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ଯାତ୍ରାରେ ଆଉ ଏକ ସଫଳତାର ପର ଖଞ୍ଜି ହୋଇଯାଇଛି ।

ଅପେରା ମିସ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ୨୦୨୧ ପ୍ରତିଯୋଗୀତାରେ ସମ୍ବଲପୁରର ଝିଅ ଦୀପନ୍ୱିତା ସିଜିନ୍‌-୨ରେ ଦ୍ୱିତୀୟ ରନର୍ସଅପ୍‌ ଟାଇଟଲ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ସ୍ଥିତ ପ୍ରଥମ ହିନ୍ଦି ସମାଚାର ପତ୍ର ହିନ୍ଦ ଗୌରବ ପକ୍ଷରୁ ଅପେରା ମିସ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ପ୍ରତିଯୋଗୀତା, ବିଭିନ୍ନ ରାଉଣ୍ଡରେ ଆୟୋଜନ ହୋଇଥିଲା । ଏଥିରେ ଭାରତର ହଜାର ହଜାର ପ୍ରତିଯୋଗୀ ଭାଗ ନେଇଥିଲେ ।

ତେବେ ଫାଇନାଲ ରାଉଣ୍ଡରେ ୪୯ ଜଣ ପ୍ରତିଯାେଗୀ ଉନ୍ନିତ ହୋଇଥିଲେ । ସମ୍ବଲପୁର ଗୋପାଳମାଲର ବାଣିଜ୍ୟ ସ୍ନାତକ ଡିଗ୍ରୀ ଦୀପନ୍ୱିତା ସୌନ୍ଦର୍ଯ୍ୟ ପରିପାଟି ଓ ବୁଦ୍ଧିମତାର ପରିଚୟ ଦେଇ ଶେଷରେ ଦ୍ୱିତୀୟ ରନର୍ସଅପ୍‌ ୨୦୨୧ ଟାଇଟଲ ହାସଲ କରିବାରେ ସମର୍ଥ ହୋଇ ସମ୍ବଲପୁର ଓ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି । ଦୀପନ୍ୱିତା ଏବେ ଏମ୍‌ବିଏ କରିବା ପାଇଁ ପ୍ରସ୍ତୁତି ସହ ବିଭିନ୍ନ ଜାତୀୟ ସ୍ତରର ପେଶାଗତ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ ଗୋପାଲମାଲ ବାସିନ୍ଦା କାନାରା ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ଜ୍ୟେଷ୍ଠା କନ୍ୟା ଅଟନ୍ତି ।

Leave a Reply