ଓଡ଼ିଆ ଝିଅ ପ୍ରଜ୍ଞାଙ୍କ ପାରଦର୍ଶିତା, ହାତେଇଲେ ‘ମିସେସ ବିଉଟିଫୁଲ ସ୍ମାଇଲ’ ଟାଇଟଲ

Pragyan Paramita

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆ ଝିଅ ରାଜ୍ୟ ପାଇଁ ଆଣିଲେ ଗୌରବ । ଦିଲ୍ଲୀର ସୂର୍ଯ୍ୟା ହୋଟେଲରେ ଗ୍ଲୋବାଲ ପ୍ୟାଜେଣ୍ଟ ଦ୍ୱାରା ଆୟୋଜିତ ମିସେସ୍‌ କୁଇନ୍‌ ଅଫ୍‌ ଇଣ୍ଡିଆ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି ଓଡ଼ିଆ ଝିଅ । କେନ୍ଦ୍ରାପଡ଼ା ଡେରାବିଶ ଅଂଚଳର ପ୍ରଜ୍ଞାପରମିତା ସିଂ ଫେବୃଆରୀ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଛନ୍ତି ।

ଦେଶର ବିଭିର୍ନ ରାଜ୍ୟରୁ ୩୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିମଧ୍ୟରୁ ପ୍ରଜ୍ଞାପରମିତା ମିସେସ ବିଉଟିଫୁଲ ସ୍ମାଇଲର ଟାଇଟଲ ହାସଲ କରିଛନ୍ତି । ଏହାସହ ସେ ଟପ୍‌ ଟେନ୍‌ରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି । ପ୍ରତିଯୋଗିତାରେ କଷ୍ଟ୍ୟୁମ୍‌ ସହ ଟ୍ୟାଲେଣ୍ଟକୁ ନେଇ ଜ୍ୟୁରୀମାନେ ପ୍ରଜ୍ଞାଙ୍କୁ ବେଶ ପ୍ରଶଂସା କରିଥିଲେ । ପ୍ରଜ୍ଞାପରମିତା ପାଇଥିବା ଟାଇଟଲ ସହ ଆଗକୁ ଓଡ଼ିଶାର ଗୌରବ ବଢାଇବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି ।

ଜଣେ ଗୃହିଣୀ ଭାବେ ନିଜ ନିକଟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ସଦୁପଯୋଗ କରି ଯେ କୌଣସି କାର୍ଯ୍ୟକୁ ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରଜ୍ଞାପରମିତା ମତ ରଖିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ନାରୀଶସକ୍ତି କରଣ ତଥା ନାରୀକୁ ସହାୟତା କରି ସମାଜରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଭାରତୀୟ ସେନାରେ ବରିଷ୍ଠ ଅଧିକାରୀ ରୂପେ କାର୍ଯ୍ୟରତ ତାଙ୍କ ସ୍ୱାମୀ ରାକେଶ କୁମାର ରାୟଙ୍କ ସମେତ ତାଙ୍କର ଦୁଇ ପୁଅ ଓ ପରିବାରର ପୂର୍ଣ୍ଣ ସହଯୋଗରେ ସେ ଏହି ସଫଳତା ପାଇଥିବା ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply