spot_img

Latest Posts

ନୟାଗଡ଼ ପରୀ ହତ୍ୟା ମାମଲା, ଚାର୍ଜସିଟ୍‌ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଧିକ ତଥ୍ୟ ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ ହୋଇପାରେ।

ସେପଟେ ଆଜି ଅଭିଯୁକ୍ତ ସରୋଜର ରିମାଣ୍ଡ ଅବଧି ସରୁଥିବା ବେଳେ ଏହି ମାମଲାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ସୁତ୍ରର ପ୍ରକାଶ ।

ସୂଚନାଯୋଗ୍ୟ, ଏହି ମାମଲାରେ ଅଧିକ ତଥ୍ୟ ଲାଗି ଯଦୁପୁରରେ ଏସଆଇଟି ତନାଘନା ଚଳାଇଥିବା ବେଳେ ଅଭିଯୁକ୍ତ ସରୋଜର ମା ଓ ଭଉଣୀଙ୍କୁ ପଚରାଉଚରା କରିଛି । ନିଷ୍ପାପ ପରୀକୁ ତଣ୍ଟି ଚିପି ହତ୍ୟା ବେଳେ ନାକରୁ ରକ୍ତ ବାହାରିଥିଲା । ସେହି ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ବୋଲି ରିମାଣ୍ଡ ବେଳେ ଖୁଲାସା କରିଥିଲା ଅଭିଯୁକ୍ତ।

Latest Posts

Don't Miss