ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ନାପସନ୍ଦ କଲେ ହାଇକୋର୍ଟ

1 min read

କଟକ: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ବ୍ୟବସ୍ଥା ନ ଥାଇ ଡେଡଲାଇନକୁ ନାପସନ୍ଦ କଲେ ହାଇକୋର୍ଟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । ତେଣୁ HSRPରେ ବୁକିଂ କରିବା ସମ୍ଭବ ହେଉନାହିଁ । କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ, ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅକ୍ଟୋବର ୧ରୁ ଚେକିଂ କଡାକଡି କରିବାକୁ ପରିବହନ ବିଭାଗର ନିଷ୍ପତ୍ତି ନେଇଛି। ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।