ଅଭିନବ ପଦକ୍ଷେପ, ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜୈବିକ ଖତ !

1 min read

ବୌଦ୍ଧ: ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ପ୍ରତିଦିନ ସହରରୁ ବାହାରୁଥିବା ଓଦା ଓ ଶୁଖିଲା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ତିଆରି କରାଯାଉଛି କମ୍ପୋଷ୍ଟ । ବୌଦ୍ଧ ଜିଲ୍ଲା ସଦର ବିଜ୍ଞାପିତ ଅଞ୍ଚଳରେ ଏହି ଜୈବସାର ପ୍ରକ୍ରିୟାକରଣ ଆରମ୍ଭ ହେବା ପରେ ଏଥିରୁ ପ୍ରସ୍ତୁତ ଜୈବଖତକୁ ମୋ ଖତ ନାଁରେ ନାମକରଣ କରାଯାଇଛି । ଆଉ ଏହାକୁ ସୁଲଭ ଦରରେ ବିକ୍ରି କରାଯାଇ ଅନେକ ରୋଜଗାର କ୍ଷମ ହେଉଛନ୍ତି ।

ORGANIC COMPOST2

ସହରରେ ଆଉ ଏଣେ ତେଣେ ଅଳିଆ ଆବର୍ଜନା ପଡିବ ନାହିଁ କି ଦୁର୍ଗନ୍ଧ ମୟ ହେବ ନାହିଁ ପରିବେଶ । ସହରରୁ ପ୍ରତିଦିନ ବାହାରୁ ଥିବା ଅଳିଆ ଆବର୍ଜନାକୁ ସଂଗ୍ରହ କରାଯାଇ ସେଥିରୁ ପ୍ରସ୍ତୁତ କରାଯାଉଛି ଜୈବିକ ସାର । ଏଥିପାଇଁ ନିର୍ମାଣ ହୋଇଛି ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର । ଆଉ ଏଥିରେ ଓଦା ଓ ଶୁଖିଲା ଆବର୍ଜନା ପୃଥକ କରିବା ସହିତ ୨୧ ଦିନ ରଖି ପ୍ରସ୍ତୁତ କରାଯାଉଛି ଜୈବକ ସାର ।

ORGANIC COMPOST2

ଏହି ଖତ ନାସିକ୍ NHRDF ଲ୍ୟାବରେ ପାସ୍ ହେବା ପରେ ଏହାକୁ ସ୍ୱୟଂସହୟକ ଗୋଷ୍ଠୀ ଦ୍ୱାରା ସୁଲଭ ଦରରେ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ ୬୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ଓ ୮ ସ୍ୱଚ୍ଛସାଥୀ ପରିଚାଳନା ଦାୟିତ୍ୱରେ ରହି ରୋଜଗାର କ୍ଷମ ହୋଇପାରିଥିବା ପ୍ରକାଶ କରିଛନ୍ତି ।

ORGANIC COMPOST2

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବୌଦ୍ଧ NACବାସୀଙ୍କ ସହଯୋଗ ପାଇଁ ଆହ୍ୱାନ କରାଯାଇଛି । ଅଳିଆ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ସଫେଇ କର୍ମଚାରୀଙ୍କୁ ଦେଲେ ଆଗାମୀ ଦିନରେ ବୌଦ୍ଧ ଏକ ସ୍ୱଚ୍ଛ ଓ ସୂନ୍ଦର ସହରରେ ପରିଣତ ହେବ ବୋଲି ଆଶା ରଖାଯାଇଛି ।

Leave a Reply