ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ସୂଚନା ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ

1 min read

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଓ  କଲେଜ କ୍ୟାମ୍ପସର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୂଚନା ବ୍ୟାନର ଲଗାଇବେ। ଏହା ସହ ଛାତ୍ର ଅଭିଯୋଗ ନିୟମାବଳୀ- ୨୧୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନରେ ବିବରଣୀ ପ୍ରକାଶ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଫେବୃଆରୀ ୫ ତାରିଖରେ ବିଶ୍ୱବିଦ୍ୟାଳୟ କୁଳପତି ଓ ଓମ୍ବୁଡସମାନଙ୍କ ସହ ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ବୈଠକ କରି ଏହି ନିୟମର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବ୍ୟବସ୍ଥାଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ଓମ୍ବୁଡସମାନ ଓ କୁଳପତିମାନେ ପର୍ଯ୍ୟାୟକ୍ରମେ ଏନେଇ ବୈଠକ କରିବେ। ନିୟମ କାର୍ଯ୍ୟକାରିତାର ସମୀକ୍ଷା  କରାଯିବ। ଏଥିପାଇଁ ନିୟମିତ ଯୋଗାଯୋଗ ଓ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। BJB opens, parents wary - Telegraph India

ପ୍ରତ୍ୟେକ ସେମିଷ୍ଟର ଆରମ୍ଭରେ ବା ୬ ମାସରେ ଓମ୍ବୁଡସମାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଠକ ବସିବ। ଏହା ଖୋଲା ସଂଳାପକୁ ସୁଗମ କରିବ, ଚିନ୍ତାଧାରାକୁ ଫଳପ୍ରଦ ଭାବରେ ସମାଧାନ କରିବ ଏବଂ ନିୟମାବଳୀ ଧାର୍ଯ୍ୟ ଅନୁଯାୟୀ କାର୍ଯ୍ୟ କରିବା ନିଶ୍ଚିତ କରିବ | ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗତବର୍ଷ ଏପ୍ରିଲ ମାସରେ ୟୁଜିସି  କହିଥିଲେ  ଏବଂ ଓମ୍ବୁଡ୍ସମ୍ଯାନ ନିଯୁକ୍ତ କରିଥିଲେ । ଯେଉଁମାନେ ପରୀକ୍ଷା, ଫି, କ୍ୟାମ୍ପସ୍ ରିଗିଂ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଛାତ୍ରମାନଙ୍କୁ ସାହାଯ୍ୟ କରିବେ। ପିଲାମାନଙ୍କ ଉଚ୍ଚଶିକ୍ଷାରେ ସହାୟତା ପାଇଁ ଯୁଗାନ୍ତକାରୀ ନୂଆ ଓ ବୃତ୍ତି ଦିଆଯାଉଛି। ଆସନ୍ତା ୫ ବର୍ଷ ଭିତରେ ୫ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।