ପାଠ ପଢ଼ାରେ ହେବନି ଅସୁବିଧା, ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ଯାହାପାଇଁ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ଠଫ୍‌ ହୋଇଯାଇଛି । ସେପଟେ ଏହି ସମୟରେ ପିଲା ଯେମିତି ଘରେ ରହି ପାଠ ପଢ଼ିପାରିବେ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ତେବେ ଏନେଇ  ଆସନ୍ତା ୫ ଦିନ ଭିତରେ ସାରା ରାଜ୍ୟରେ ବଣ୍ଟାଯିବ ପାଠ୍ୟ ପୁସ୍ତକ । ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟ ପୁସ୍ତକ ।

ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ  ଭୂପେନ୍ଦ୍ର ସିଂହ ପୁନିଆ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବ୍ଲକରେ ବହି ପହଞ୍ଚିସାରିଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ସ୍କୁଲରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ବହି ପହଞ୍ଚିବା ପରେ ପ୍ରଧାନଶିକ୍ଷକମାନେ ସ୍କୁଲରେ କାଉଣ୍ଟର ଖୋଲି ବହି ବାଣ୍ଟିବେ । ଆବଶ୍ୟକସ୍ଥଳେ ଘରକୁ ଯାଇ ବହି ବାଣ୍ଟିବାକୁ ନିର୍ଦ୍ଦେଶ ରହିଛି । ତେବେ ହଟ୍‌ସ୍ପଟ୍‌ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କିନ୍ତୁ ବହି ବଣ୍ଟାଯିବ ନାହିଁ । ବହି ଦେବା ସମୟରେ ସାମାଜିକ ଦୂରତା, ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ।

Leave a Reply