ବଢ଼ିବ ବିଜୁଳି ଦର ! ଉପଭୋକ୍ତା ମହାସଂଘ ଦେଲା ଚେତାବନୀ

1 min read

ଭୁବନେଶ୍ବର: ବଢ଼ିବ କି ବିଜୁଳି ବିଲ୍ ? ଆସନ୍ତାକାଲି ଓଇଆରସିରେ ଚଳିତବର୍ଷ ବିଜୁଳି ଦର ଧାର୍ଯ୍ୟ କରିବାକୁ ଜନ ଶୁଣାଣି ଆରମ୍ଭ ହେବ । ଏମିତି ସ୍ଥିତିରେ ଏପରି ପ୍ରଶ୍ନ ଉଠିବାରେ ଲାଗିଛି ।

ପ୍ରଥମ ଦିନରେ OPGC ଓ OHPC ର ଶୁଣାଣି ରହିଛି । ସୂଚନା ଅନୁସାରେ ସରକାରଙ୍କ ଅଧୀନରେ ଥିବା ଏହି ଦୁଇ ସଂସ୍ଥା ଦର ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିବ । ଏହି ଦୁଇ ସଂସ୍ଥା ବିଜୁଳି ଦର ବୃଦ୍ଧି ପାଇଁ ବାରମ୍ଵାର ଦାବି କରି ଆସୁଛନ୍ତି l ଆସନ୍ତାକାଲି ଉଭୟ ସଂସ୍ଥା ବିଜୁଳି ଶୁକ୍ଳ ବୃଦ୍ଧି ପାଇଁ ଜନ ଶୁଣାଣିରେ ନିଜର ପକ୍ଷ ରଖିବେ ।

ଅନ୍ୟପଟେ ଉପଭୋକ୍ତା ମହାସଂଘ କହିଛି ବିଜୁଳି ଦର ବୃଦ୍ଧି ହେଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି । କେନ୍ଦ୍ରୀୟ ଶକ୍ତି ଅର୍ଥ ନିଗମର ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ବିଦ୍ୟୁତ ୟୁନିଟ ପିଛା ୫ ଟଙ୍କା ୮ ପଇସା ଆଦାୟ କରିଥିବା ବେଳେ ଓଡ଼ିଶାରେ ବିଦ୍ଯୁତ କମ୍ପାନୀଗୁଡିକ ଉପଭୋକ୍ତାଙ୍କଠାରୁ ୟୁନିଟ ପିଛା ୫ ଟଙ୍କା ୯୮ ପଇସା ନେଉଛନ୍ତି । ଅର୍ଥାତ ପ୍ରାୟ ୧ କୋଟି ଗ୍ରାହକଙ୍କଠାରୁ ୟୁନିଟ ପିଛା ୯୦ ପଇସା ଅଧିକ ନେଇଛନ୍ତି । ଏହାକୁ ଗ୍ରାହକମାନଙ୍କୁ ଫେରାଇ ଦିଆଯାଉ ବୋଲି ମହାସଂଘ ଦାବି କରିଛି ।