ମଣିଷଙ୍କ ଭଳି ଓରାଙ୍ଗଉଟାନଙ୍କ ରହିଛି ନିଜସ୍ୱ ଭାଷା ଓ ଶବ୍ଦାବଳୀ

Orangutan Vocabularies Shaped By Socializing Like Humans

ନୂଆଦିଲ୍ଲୀ: କଥା କୁହନ୍ତି ଓରାଙ୍ଗଉଟାନ । ନିଜସ୍ୱ ଭାଷା ସେମାନଙ୍କ ଶବ୍ଦାବଳୀ ରହିଛି । ଅଲଗା ଅଲଗା ଭାବନକୁ ସେମାନେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶ କରିଥାନ୍ତି । ମଣିଷଙ୍କ ଭଳି ଓରାଙ୍ଗଉଟାନ ନିଜ ଶବ୍ଦକୁ କାହା ସହ କଥା ହେବା ବେଳେ ଠାରରେ ପ୍ରକାଶ କରିପାରନ୍ତି । ଯେଭଳି ମଣିଷ କୌଣସି ଏକ ସ୍ଥାନକୁ ଗଲେ ନୂଆ ଜିନିଷ ଶିଖିଥାଏ । ସେହିଭଳି ଓରାଙ୍ଗଉଟାନ ମଦ୍ୟ ଶବ୍ଦ ଶିଖିଥାଏ । ଏବେ ଓରାଙ୍ଗଉଟାନକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଏ ତଥ୍ୟ ସାମ୍ନାକୁ ଆସିଛି ।

Orangutan Vocabularies Shaped By Socializing Like Humans

ଓରାଙ୍ଗଉଟାନଙ୍କ ଭାଷା ଓ ଶବ୍ଦାବଳୀକୁ ନେଇ ନିକଟରେ ଏକ ଅଧ୍ୟୟନ ନେଚ୍ୟୁର୍ ଇକୋଲୋଜି ଆଣ୍ଡ ଏଭୁଲେସନରେ ପ୍ରକାଶ ପାଇଛି । ଦକ୍ଷିଣପୂର୍ବ ଏସିଆ ସ୍ଥିତ ବାର୍ଣ୍ଣିଆ ଓ ସୁମାତ୍ରାର ୭୦ ଓରାଙ୍ଗଉଟାନଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ଯେଉଁଥିରେ ସେମାନଙ୍କ କଥାବାର୍ତ୍ତାକୁ ରେକର୍ଡ କରାଯିବା ସହ ଅନେକ ଥର ଶୁଣା ଯାଇଥିଲା ।

Orangutan Vocabularies Shaped By Socializing Like Humans

ଓରାଙ୍ଗଉଟାନ ଅଲଗା ଅଲଗା ସମୟରେ ଭିନ୍ନ ଭିନ୍ନ ଶବ୍ଦ କରିଥାନ୍ତି । କଥାହେବା ବେଳେ ଶବ୍ଦର ତୀବ୍ରତା, ମିଠାପଣ ବି ରହିଛି । ବେଳେବେଳେ ଓରାଙ୍ଗଉଟାନ ନିଜ ସ୍ୱର ସହିତ ଅନ୍ୟ କିଛି ସ୍ୱରକୁ ମିଶ୍ରଣ ମଧ୍ୟ କରନ୍ତି । ଏହା ପଛର କାରଣ ଅନ୍ୟ କେହି ତାଙ୍କ ଭାଷାକୁ ବୁଝି ନପାରୁ । କେବଳ ସେହି ବୁଝୁ ସେ ଯାହାକୁ କହୁଛନ୍ତି । ଅନେକ ସମୟରେ ଓରାଙ୍ଗଉଟାନ ସମ୍ପୂର୍ଣ୍ଣ ଶବ୍ଦ ନକହି ଗୋଟିଏ ବେଗରେ କିଛି ଶବ୍ଦ କହି ଅଟକି ଯାଆନ୍ତି । ଆଉ ତାପରେ ତାକୁ ଶୁଣୁଥିବା ଓରାଙ୍ଗଉଟାନ ଦେଖିଲେ ଇସାରା କରି ନୂଆ ଶବ୍ଦ କହିଥାନ୍ତି ।

Orangutan Vocabularies Shaped By Socializing Like Humans

ଏହାର ବଡ଼ ପ୍ରଭାବ ଓରାଙ୍ଗଉଟାନ ସଂଖ୍ୟାକୁ ନେଇ ପଡ଼ିଥାଏ । ଯଦି ସଂଖ୍ୟା କମ୍ ଓ ବସବାସ ଅଞ୍ଚଳ ବିସ୍ତୀର୍ଣ୍ଣ ହୋଇଥାଏ ତ ସେମାନଙ୍କ ଶବ୍ଦାବଳୀ ଛୋଟ ହେବା ସହ ସୀମିତ ହୋଇଥାଏ । ସେହିଭଳି ଓରାଙ୍ଗଉଟାନ ବଡ଼ ଅଞ୍ଚଳରେ ଅଧିକ ସଂଖ୍ୟାରେ ଥିଲେ ସେମାନଙ୍କ ଶବ୍ଦାବଳୀ ବଡ଼ ହେବା ସହ ବିଭିନ୍ନତା ରହିଥାଏ । କିନ୍ତୁ ବେଳେବେଳେ ଏକୁଟିଆ ରହୁଥିବା ଓରାଙ୍ଗଉଟାନ ଏକ ସମୂହର ଶବ୍ଦାବଳୀ ଠାରୁ ଅଧିକ ଶିଖିଥାଏ । ଏପରିକି ନୂଆ ପ୍ରକାର ସ୍ୱର କରିଥାଏ । ଏଥିପାଇଁ ନିଜ ସମୂହ ଠାରୁ ଦୂରେଇ ଏକୁଟିଆ ବସି ଥିବା ଓରାଙ୍ଗଉଟାନ ଅଧିକ ଚାଲାକ ହେବା ସହ ବେଶୀ କହିଥାଏ ।

Orangutan Vocabularies Shaped By Socializing Like Humans

ବୈଜ୍ଞାନିକଙ୍କ ଅଧ୍ୟୟନରୁ ଜଣାପଡ଼ୁଛି କିଭଳି କଥାବାର୍ତ୍ତା, ଭାଷା ଓ ଶବ୍ଦର ଆରମ୍ଭ ହୋଇଥିଲା । କିଭଳି ବିଭିନ୍ନ ବସ୍ତୁ ଓ ପଦାର୍ଥର ନାମକରଣ ହେଲା ଅଥବା ଭାବନାର ପରିପ୍ରକାଶ ଆମ ପୂର୍ବଜ କରିଥିଲେ । ଅର୍ଥାତ୍ ମାଙ୍କଡ଼ ହେଉ ଅବା ଓରାଙ୍ଗଉଟାନ ଏମାନେ ଭାବନାକୁ ଶବ୍ଦରେ ପରିପ୍ରକାଶ କରିପାରନ୍ତି । ମଣିଷ ଭଳି ଓରାଙ୍ଗଉଟାନ ଭଲ ପାଇବା, ରାଗରେ ମଧ୍ୟ ଭାବନା ପ୍ରକାଶ କରନ୍ତି । ନିଜ ଉପରେ ବିପଦ ଥିଲେ ଚିତ୍କାର କରନ୍ତି । ନୂଆ ଶବ୍ଦ ଶିଖିବା ସହ କହିଥାନ୍ତି ମଧ୍ୟ ।

Orangutan Vocabularies Shaped By Socializing Like Humans

ଏବେ ବୈଜ୍ଞାନିକ ମାଙ୍କଡ଼ଙ୍କ ଉପରେ ବି ପରୀକ୍ଷାନିରୀକ୍ଷା କରୁଛନ୍ତି । ମାଙ୍କଡ଼ଙ୍କ ଚେହେରାର ହାବଭାବ ସହ କେବେ ଶବ୍ଦର ଉପଯୋଗ ଆରମ୍ଭ ହୋଇଥିଲା । ଏସବୁର ସନ୍ଧାନ କରୁଛନ୍ତି ବୈଜ୍ଞାନିକ । ଓରାଙ୍ଗଉଟାନଙ୍କ ଭାଷା ଅଧ୍ୟୟନରୁ ଜଣାପଡ଼ିଛି ଆମେ ପୂର୍ବଜ ସେମାନଙ୍କ ରକ୍ଷା କରିବା ଲାଗି କିଭଳି ଜରୁରୀ ପଦକ୍ଷେପ ନେଉଥିଲେ ।