୧୨ ଘଣ୍ଟାରେ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ ‘ବୁଲବୁଲ’, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

1 min read

ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବୁଲ୍‌ବୁଲ୍‌ ପାରାଦୀପଠାରୁ ୫୬୦ କିଲୋମିଟର ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ସ୍ପଷ୍ଟ ହୋଇନି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ ।

୧୨ଘଣ୍ଟା ମଧ୍ୟରେ ଏହା ଅତି ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଘୂର୍ଣ୍ଣିଝଡ଼ ପ୍ରଭାବରେ ଓଡ଼ିଶା ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ଓ ଘଣ୍ଟା ପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବ । ଅତି ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୪୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି ।

ଆଜି ମଧ୍ୟରାତ୍ରିରୁ ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଆସିବ । ୮ରେ ୪ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଥିବା ବେଳେ ୯ରେ ୪ଜିଳ୍ଲ।କୁ ଅରେଞ୍ଜ ଏବଂ ୩ ଜିଲ୍ଳ।କୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୯ରେ ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବା ଯୋଗୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ଦରଗୁଡ଼ିକରେ ୨ନମ୍ବର ବିପଦ ସଂକେତ ଦିଆଯାଇଛି । ଘୂର୍ଣ୍ଣିଝଡ଼ ଉପରେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ନଜର ରଖାଯାଇଛି । ')}

Leave a Reply